ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ
Rajya Sabha election: ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ମଧ୍ୟ ରହିଛି । ଏନେଇ ସୂଚନା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।
ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଫେବ୍ରୁଆରୀ ୧୫ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଏବଂ ୧୬ ତାରିଖରେ ନାମାଙ୍କର ପତ୍ରର ଯାଞ୍ଚ କରାଯିବ ଏବଂ ୨୦ ଫେବ୍ରୁଆରୀ ସୁଦ୍ଧା ନାମାଙ୍କମନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

ସେହିପରି ୨୭ ତାରିଖ ସୁଦ୍ଧା ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବା ସହ ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ରହିଛି । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୩ଟି ଆସନ ମଧ୍ୟ ରହିଛି । ଚଳିତ ବର୍ଷ ଏପ୍ରିଲ ୩ରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଏବଂ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଥି ତେବେ ଏହି ୩ଟି ଆସନରେ ମଧ୍ୟ ନିର୍ବାଚନ ହେବ ।












Click it and Unblock the Notifications