ଜନ ଆଶୀର୍ବାଦ ଯାତ୍ରାରେ ଆଦିବାସୀଙ୍କ ସହ ନାଚିଲେ ରେଳମନ୍ତ୍ରୀ
ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ ରହିଥିଲା । ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ନାଚିଛନ୍ତି ।
କୋରାପୁଟ: ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ ରହିଥିଲା । ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ନାଚିଛନ୍ତି । ଏନେଇ ଏବେ ଚର୍ଚ୍ଚାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

ଉଚ୍ଚପଦସ୍ତ ପ୍ରଶାସନିକ ଅଧିକାରୀରୁ ରାଜନେତା ସାଜିଥିବା ଅଶ୍ୱିନୀ ବୈଷ୍ଣବ ଓଡିଶାକୁ ନିଜ କର୍ମଭୂମୀ ଭାବେ ବିବେଚିତ କରିଛନ୍ତି । କୋରାପୁଟ ଜିଲ୍ଲାରେ ପହଂଚିବା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟରେ ଅଶ୍ୱିନୀ ବୈଷ୍ଣବଙ୍କୁ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା । ରାୟଗଡା ଗସ୍ତ ପରେ ଦଳିୟ କାର୍ଯ୍ୟକ୍ରମ ପାଇଁ କୋରାପୁଟରେ ଏକ ରୋଡ ସୋ'ରେ ସେ ସାମିଲ ହୋଇଥିଲେ ।












Click it and Unblock the Notifications