ରାହୁଲ ଗାନ୍ଧିଙ୍କ 'ଭାରତ ନ୍ୟାୟ ଯାତ୍ରା'
Rahul Gandhi Nyay Yatra: କଂଗ୍ରେସ ନେତା ରାହୁଲ ଗାନ୍ଧି 'ଭାରତ ନ୍ୟାୟ ଯାତ୍ରା' କରିବାକୁ ଯାଉଛନ୍ତି । ଭାରତ ଯୋଡୋ ଯାତ୍ରା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା କରୁଛନ୍ତି । 'ଭାରତ ନ୍ୟାୟ ଯାତ୍ରା' ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ପଶ୍ଚିମ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଜାରି କରାଯାଇଛି । ସମଗ୍ର ଯାତ୍ରାରେ 6200 କିଲୋମିଟର ଅତିକ୍ରମ କରାଯିବ ।

ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଯିବ ଏବଂ ମୋଟ୍ ୬୨୦୦ କିଲୋମିଟର ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ପଦଯାତ୍ରା ହେବ ନାହିଁ କିଛି ବାଟ୍ ବସରେ ମଧ୍ୟ ଯାତ୍ରା କରାଯିବା ନେଇ ସୂଚନା ରହିଛି । ରାହୁଲ ଗାନ୍ଧିଙ୍କର 'ଭାରତ ନ୍ୟାୟ ଯାତ୍ରା' ମଣିପୁର, ନାଗାଲାଣ୍ତ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ତ,ଓଡ଼ିଶା, ଉତ୍ତରପ୍ରଦେଶ. ଛତିଶଗଡ଼, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଦେଇ ଯିବ ।
भारत न्याय यात्रा 🇮🇳
🗓️ 14 जनवरी से 20 मार्च
📍मणिपुर से मुंबई तक6200 किमी. | 14 राज्य | 85 जिले pic.twitter.com/QEOQUU9BPs
— Congress (@INCIndia) December 27, 2023
ତେବେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଏହି ଯାତ୍ରାର ନାଁ 'ଭାରତ ନ୍ୟାୟ' ରଖାଯିବାର କାରଣ ହେଉଛି ଯେ, ଆମେ ଲୋକଙ୍କୁ ବିଶ୍ୱାସ ଏବଂ ଆଶ୍ୱସନା ଦେବା ପାଇଁ ଚାହୁଁଛନ୍ତି ଯେ, ଆର୍ଥିକ, ସାମାଜିକ ନ୍ୟାୟ ସେମାନଙ୍କୁ ପ୍ରଦାନ କରାଯିବ ।
ସୂଚନାଥାଉ ଯେ, ପୂର୍ବରୁ ଭାରତ ଯୋଡୋ ଯାତ୍ରା ୧୨ଟି ରାଜ୍ୟ ଦେଇ ଯାଇଥିବା ବେଳେ ଏବେ ୧୪ଟି ରାଜ୍ୟ ଦେଇ ଭାରତ ନ୍ୟାୟ ଯାତ୍ରା ଯିବ । ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶାରେ ଆସିବାର ମଧ୍ୟ ଖବର ରହିଛି ।












Click it and Unblock the Notifications