ବିଧାନସଭାରେ ରାହୁଲ ଝଡ଼: କଳା ପୋଷାକ ପିନ୍ଧି ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସର ପ୍ରତିବାଦ । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ ।
ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ କଲେ ପ୍ରତିବାଦ । ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ ଚଳାଇବ ସମ୍ଭବ ହୋଇ ନ ଥିଲା । ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ଅନ୍ୟପଟେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ନିଷ୍ପତ୍ତିକୁ ବିରୋଧ କରି ସୋମବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଥିଲେ ।
ସୋମବାର ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳମାନେ ହଙ୍ଗାମା କରିଥିଲେ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଆଦାନୀ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଫଳରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀଙ୍କ ଏପରି ନାରାବାଜି ମଧ୍ୟରେ ଲୋକସଭାକୁ ଅପରାହ୍ନ 4 ଟା ଏବଂ ରାଜ୍ୟସଭାକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।












Click it and Unblock the Notifications