ରାଗୁଲ ଗାନ୍ଧୀଙ୍କ ବଡ଼ ଦାବି: କହିଲେ 'ଖୁବ୍ ଶୀଘ୍ର ଇଡି ମୋ ଘରେ ପଶିବ ମୁଁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ'

Rahul Gandhi: ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ୨ ତାରିଖରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଜୁଲାଇ 29 ରେ ସଂସଦରେ ଦିଆଯାଇଥିବା 'ଚକ୍ରଭ୍ୟୁ' ଭାଷଣ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କ ଘରେ ଚଢାଉ କରିବାର ଯୋଜନା କରୁଛି । ରାହୁଲ କହିଛନ୍ତି ଯେ, ସେ ଖୋଲା ହାତରେ ଇଡି ଅଧିକାରୀଙ୍କୁ ଅପେକ୍ଷା କରିଛନ୍ତି ଏବଂ ଇଡିକୁ ସ୍ୱାଗତ କରିବାକୁ ଅନାଇ ବସିଛି, ଚା'ବିସ୍କୁଟ ମୋ'ତରଫରୁ ନିଶ୍ଚୟ ଦେବି ।

Rahul Gandhi

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଥିବା ଏକ ପୋଷ୍ଟ ସେୟାର କରି ରାହୁଲ ଗାନ୍ଧୀ ଇଡି ଚଢାଉ ବିଷୟରେ କହିଛନ୍ତି । ଶୁକ୍ରବାର ଦିନ ଏକ ପୋଷ୍ଟରେ ସେ ଲେଖିଛନ୍ତି, "ବୋଧହୁଏ କିଛି ଲୋକଙ୍କୁ ମୋର ଚକ୍ରଭ୍ୟୁଙ୍କ ଭାଷଣ ପସନ୍ଦ କରିନ୍ତି ନାହାଁନ୍ତି । ଏବେ ଏହି ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ୍ କରିବା ପାଇଁ ଯୋଜନା କରୁଛି । ମୋ ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଇଡି ମୋ ଘରେ ରେଡ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଇଡିରେ କାର୍ଯ୍ୟରତ କିଛି ଖାସ ଲୋକ ମୋତେ ଏନେଇ ସୂଚନା ଦେଇଛନ୍ତି । ରାହୁଲ ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ଇଡିକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛି । ଚା ଓ ବିସ୍କୁଟ ମୋ ତରଫରୁ ନିଶ୍ଚୟ ଦେବି ।

ସୂଚନାଥାଉ ଯେ, ଜୁଲାଇ ୨୯ ତାରିଖରେ ଲୋକକସଭାବେ ରାହୁଲ ଗାନ୍ଧି କହିଥିଲେ, "ହଜାର ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ଛଣ ଜଣ ଅଭିମନ୍ୟୁଙ୍କୁ ଚକ୍ରଭ୍ୟୁରେ ଫାଶଇ ହତ୍ୟା କରିଥିଲେ । ଏକବିଂଶ ଶତାବ୍ଦୀରେ ମଧ୍ୟ ଏକ ନୂତନ ଚକ୍ରଭ୍ୟୁ ନିର୍ମାଣ କରାଯାଇଛି । ବିଜେପି ପଦ୍ନବ୍ୟୁହ କରି ଭାରତକୁ ଫସାଇଛି । ଇଣ୍ତିଆ ବ୍ଲକ ଏହାକୁ ଭାଙ୍ଗିବ ଏବଂ ଜାତିଗତ ଜନଗଣନା କରି ବିଜେପିର ପଦ୍ମବ୍ୟୁହକୁ ଭାଙ୍ଗିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+