କଂଗ୍ରେସ ଜାରି କଲା 'ଭାରତ ଯୋଡୋ ନ୍ୟାୟ' ଯାତ୍ରାର ଲୋଗୋ
Bharat Jodo Nyay Yatra: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ବାହାର କରିବା ପାଇଁ ଯାଉଛି 'ଭାରତ ନ୍ୟାୟ ଯାତ୍ରା' ଯାହାର ଲୋଗ ଆଜି ପ୍ରକାଶ ପାଇଛି । ଏହି ଲୋଗୋର ଦୁଇଟି ଅଂଶ ରହିଛି ଯେଉଁଥିରେ ଲେଖା ଅଛି "ଭାରତ ଯୋଡୋ ନ୍ୟାୟ ଯାତ୍ରା, ନ୍ୟାୟର ହକ୍ ମିଳିବା ପର୍ଯ୍ୟନ୍ତ' ।
ଗୋଟିଏ ଭାଗରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ଲେଖାଯାଇଛି ଯାହା ତ୍ରିରଙ୍ଗା ରଙ୍ଗରେ ସଜାଯାଇଛି ସେହିପରି ଆଉ ଏକ ଭାଗରେ ନୀଳ ରଙ୍ଗରେ 'ନ୍ୟାର ଅଧିକାର' ଏହା ସହ କଳା ରଙ୍ଗରେ ମିଳିବା ପର୍ଯ୍ୟନ୍ତ ଲେଖାଯାଇଛି ।

ଲୋଗୋ ଉନ୍ମୋଚନ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହି ଯାତ୍ରା ଜାନୁଆରୀ 14 ରୁ ଆରମ୍ଭ ହେବ। ରାହୁଲ ଗାନ୍ଧି ଜୀ ଙ୍କ ନେତୃତ୍ୱରେ ଆମେ ଜାନୁଆରୀ 14 ରୁ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଆରମ୍ଭ କରିବା ପାଇଁ ଯାଉଛୁ । ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ 'ଭାରତ ଯୋଡା ନ୍ୟାୟ ଯାତ୍ରା' କରାଯାଉଛି ।
राहुल गांधी जी के नेतृत्व में हम 14 जनवरी से 'भारत जोड़ो न्याय यात्रा' शुरू कर रहे हैं।
'भारत जोड़ो न्याय यात्रा' देश के सामाजिक, आर्थिक, राजनीतिक और बुनियादी मुद्दों को लेकर निकाली जा रही है।
: कांग्रेस अध्यक्ष श्री @kharge pic.twitter.com/HAb20nHlBW
— Congress (@INCIndia) January 6, 2024
କଂଗ୍ରେସ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଟ୍ୱିଟ୍ କରି ଏହାର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇଛି। ଦଳ ଲେଖିଛି, "ଆଜି କଂଗ୍ରେସ ସଭାପତି ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ ଉନ୍ମୋଚନ କରିଛନ୍ତି। ଦେଶବାସୀଙ୍କୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ନ୍ୟାୟ ପ୍ରଦାନ ଦିଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏକ ଦୃଢ ପଦକ୍ଷେପ।"
ଖଡଗେ ଆହୁରି କହିଛନ୍ତି ଯେ, କଂଗ୍ରେସର ଏହି ଯାତ୍ରା ହିଂସା ପ୍ରଭାବିତ ଅଞ୍ଚଳ ମଣିପୁରର ରାଜଧାନୀ ଇମ୍ଫାଲରୁ ଆରମ୍ଭ ହେବ। ଏହି ପଦଯାତ୍ରାର ମୋଟ 6700 କିଲୋମିଟର ଅତିକ୍ରମ କରିବ । ଏହା ମୋଟ୍ 66 ଦିନର ଯାତ୍ରା ହେବ ଏବଂ ରାହୁଲ ଗାନ୍ଧି ତାଙ୍କୁ ପ୍ରତିଦିନ ଦୁଇଥର ସମ୍ବୋଧିତ କରିବେ।












Click it and Unblock the Notifications