ରାୟବରେଲୀରୁ କିଏ ମାରିବ ବାଜି, କଂଗ୍ରେସ ଗଡ଼ରେ ଦୀନେଶ ପ୍ରତାର ସିଂ ହେଲେ ବିଜେପି ପ୍ରାର୍ଥୀ

Lok Sabha Election 2024: ଶେଷରେ କଂଗ୍ରେସ ଗଡ଼ କୁହାଯାଉଥିବା ଆସନ ରାୟବରେଲୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଉଭୟ ବିଜେପି ଏବଂ କଂଗ୍ରେସ । ଉତ୍ତର ପ୍ରେଦଶ ସରକାରରେ ଥିବା ମନ୍ତ୍ରୀ ଦୀନେଶ ପ୍ରତାପ ସିଂହଙ୍କୁ ବିଜେପି ଏହି ଆସନରୁ ଟିକେଟ୍ ଦେଇଛି । ସେହିପରି କଂଗ୍ରେନ ନେତା ରାହୁଲ ଗାନ୍ଧୀ ରାୟବରେଲୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ମେ 3'ତାରିଖ ନାମାଙ୍କନ ପତ୍ର ଭରିବାରେ ଶେଷ ତାରିଖ ଥିବା ବେଳେ କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ନାଁ ଘୋଷଣା କରିଛି । ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହେଉଛି ଏଥର ଏହି ଆସନରୁ କିଏ ବିଜୟୀ ହେବ । ତେବେ ବର୍ତ୍ତମାନର ଆକଳନ ଅନୁସାରେ କଂଗ୍ରେସର ଏହି ଆଶନରୁ ଜିତିବାର ସମ୍ଭାବନା ଅଧିକ ରହିଛି ।

Rahul Gandhi vs Dinesh Pratap Singh

ଦୀନେଶ ପ୍ରତାପ ସିଂ 2018ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ଉତ୍ତରପ୍ରଦେଶର ରାଜ୍ୟ ମନ୍ତ୍ରୀ ଏବଂ ଜଣେ ବିଜେପି ନେତା ମଧ୍ୟ । 2019ରେ ସେ ସୋନିଆ ଗାନ୍ଧୀ ବିପକ୍ଷରେ ନିର୍ବାଚନ ଲଢିଥିଲେ । ହେଲେ ସେ ହାରି ଯାଇଥିଲେ । ଗତ ଲୋକସଭା ନିର୍ବାଚନରେ ସେ ରାୟବରେଲୀ ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଦୀନେଶ ପ୍ରତାପ ସିଂ 2010ରେ ପ୍ରଥମ ଥର ପାଇଁ ଏବଂ 2016ରେ ଦ୍ୱିତୀୟ ଥର ପାଇଁ କଂଗ୍ରେସରୁ ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। 2022 ମସିହାରେ ଦୀନେଶ ପ୍ରତାପ ସିଂ ତୃତୀୟ ଥର ପାଇଁ ବିଜେପି ଟିକେଟ୍ ଜିତି MLC ହୋଇଥିଲେ।

ରାୟବରେଲିରୁ ବିଜେପି ପ୍ରାର୍ଥୀ ହେବା ପରେ ଦୀନେଶ ପ୍ରତାପ ସିଂ କହିଛନ୍ତି, 'ମୁଁ ଦେଶକୁ ନିଶ୍ଚିତ କରୁଛି ଯେ' ନକଲି 'ଗାନ୍ଧୀ ପରିବାରର ଏଥର ରାୟବରେଲିରୁ ବିଦାୟ ନେବ । ଚଳିତ ବର୍ଷ ନିଶ୍ଚୟ ଏଠାର ପଦ୍ମ ଫୁଟିବ ଏବଂ କଂଗ୍ରେସର ହାର ହେବ । ଗୁରୁବାର ସେ କହିଛନ୍ତି, 'ମୁଁ ମଧ୍ୟ ଚାରିଥର ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିଛି। ତେଣୁ ପ୍ରିୟଙ୍କା, ରାହୁଲ ଗାନ୍ଧୀ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି।

ରାୟବରେଲୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ 2004ରେ ଏହି ଆସନରୁ ନିର୍ବାଚନ ଲଢିଥିଲେ । ଏଥର ପ୍ରଥମ ଥର ଏହି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । କଂଗ୍ରେସ ଏହି ଆସନରୁ ଲଗାତାର ସଫଳ ରେଜଲ୍ଟ ପାଇ ଆସୁଛି ।

ଲୋକସଭା ନିର୍ବାଚନରେ ​​କଂଗ୍ରେସ 17 ଥର ଜିତିଥିବା ବେଳେ ଏହାର ବିଜୟ ହାର 85 ପ୍ରତିଶତ ରହିଛି ସେହିପରି ବିଜେପି ମାତ୍ର ଦୁଇଥର ଏହି ଆସନରୁ ଜିତିଛି। ବିଜେପିର ବିଜୟ ପ୍ରତିଶତ ମାତ୍ର 10 ପ୍ରତିଶତ । ଏହି ଆସନ 1999 ପରଠାରୁ କଂଗ୍ରେସ ପାଖରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+