କଟକ ବାରବାଟୀ ଆସନ ପାଇଁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର
Barabati Assembly Constituency: କଟକ ବାରବାଟୀ ବିଧାନସଭା ଆସନ ପାଇଁ ବିଜେପି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଆଜି ଏକ ବିଶାଳ ରାଲି କରି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କର ଭରିଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ହଜାର ହଜାର ସମର୍ଥକଙ୍କ ଉପସ୍ଥିତି ହିଁ ତାଙ୍କ ଶକ୍ତି ଏବଂ ଲୋକପ୍ରିୟତା ବଖାଣିଥିଲା ।

ଆଜି ସକାଳୁ ପ୍ରଥମେ ମା'କଟକ ଚଣ୍ତିଙ୍କ ଦର୍ଶନ କରିବା ପରେ ଏକ ବିଶାଳ ରାଲିରେ ଆସି ନାମାଙ୍କନ ଭରିଥିଲେ ଡାକ୍ତର ମହାପାତ୍ର । ଏହି ସମରୟରେ ତାଙ୍କ ସହ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତେବେ ପିସି ମହାପାତ୍ରଙ୍କ ଲୋକପ୍ରିୟତା ଦେଖି ଏଥର ବିଜେପି ତାଙ୍କ ଉପରେ ଭରସା କରିଛି ।












Click it and Unblock the Notifications