କଂଗ୍ରେସ ଟିକେଟ୍ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
କଂଗ୍ରେସ ଟିକେଟ୍ ଫେରାଇଲେ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଫେରାଇଲେ ଟିକେଟ୍ । ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଇଲେ । ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ କହିଲେ ସୁଚରିତା ।

ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ସୁଚରିତା କହିଛନ୍ତି।
ସୁଚରିତା କହିଛନ୍ତି, ପୁରୀ ଲୋକ ସଭା ଅଧୀନ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ୪ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦଳକୁ ଅନୁରୋଧ କରିଥିଲି। ହେଲେ ଦଳ କୌଣସି ପଦକ୍ଷେପ ନେଇନାହିଁ ।
ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କ ଉପରେ ଭରସା କରିଛି। ସେହିପରି କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଟିକେଟ ଫେରାଇ ଦେଇଛନ୍ତି।
ସୁଚରିତା ମହାନ୍ତି ୨୦୧୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ୨୦୨୪ ରେ ଦଳ ତାଙ୍କ ଉପରେ ପୁଣି ଭରସା କରିଥିଲା। ପୁରୀ ସଂସଦୀୟ କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରିଥିଲା।
ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ । ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଲେ ବୋଲି କହିଛନ୍ତି ।
ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଫେରାଇଲେ ବୋଲି ସେ କହିଛନ୍ତି । ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ ।












Click it and Unblock the Notifications