Get Updates
Get notified of breaking news, exclusive insights, and must-see stories!

ପଞ୍ଜାବ ବିଧାନସଭା ନିର୍ବାଚନ: କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା, ଭିଡିଓ ବାର୍ତ୍ତରେ ଅଭିନେତା ସୋନୁ ସୁଦ କଲେ ଇସାରା

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କ୍ଷମତାସୀନ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ । ରାଜ୍ୟରେ ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସର ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାୟୀ ସିଦ୍ଧୁ ଏବଂ ଚନ୍ନୀଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ସାର୍ବଜନୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା କଂଗ୍ରେସ ପାଇଁ ମୁଣ୍ଡବ୍ୟଥା ହୋଇଥିଲା। ତେବେ ଆଜି, ଏହି ଆଲୋଚନାରେ ନୂଆ ଟୁଇଷ୍ଟ ଆଣିଛି କଂଗ୍ରେସ। ବଲିଉଡ ଅଭିନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ସୋନୁ ସୁଦଙ୍କ ଦ୍ଵାରା ଜାରି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କଂଗ୍ରେସ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ ଇଙ୍ଗିତ କରିଛି ।

punjab assembly election

ଭିଡିଓରେ କଣ ରହିଛି ବାର୍ତ୍ତା:

ମୁଖ୍ୟମନ୍ତ୍ରୀ ପଦ ପାଇଁ କିଏ ନେତୃତ୍ଵ ନେବ ସେନେଇ ଭିଡିଓରେ ରହିଛି ଇସାରା। କଂଗ୍ରେସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛି। ଅଭିନେତା ସୋନୁ ସୁଦ ଏଥିରେ କହୁଛନ୍ତି ଯେ, ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ସିଂ ଚନ୍ନୀ ବ୍ୟତୀତ ଆଉ କେହି ହେବେ ନାହିଁ। ଯଦିଓ ଏ ସମ୍ପର୍କରେ ଅଫିସିଆଲ୍ ଘୋଷଣା କରାଯାଇ ନାହିଁ, କିନ୍ତୁ ଭିଡିଓ ଦେଖି ଏହା ଅନୁମାନ କରିବା କଷ୍ଟକର ନୁହେଁ ।

punjab cm channi

ଏଥି ସହିତ, ଭିଡିଓରେ ଅଭିନେତା ସୋନୁ ସୁଦ କହିଛନ୍ତି ଯେ ପ୍ରକୃତ ମୁଖ୍ୟମନ୍ତ୍ରୀ ସିଏ ହେବ ଉଚିତ ଯାହାଙ୍କୁ ଏଥିପାଇଁ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲୋକଙ୍କୁ କହିବାକୁ ପଡିବ ନାହିଁ ଯେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ସେ ଏପରି ଜଣେ ହେବା ଉଚିତ ଯିଏ ଯାହାକୁ ଅନୁରୋଧ କରି ଅଣାଯାଇଥିବ ଯେ, ଆପଣ ଏହି ପଦବୀ ପାଇଁ ଯୋଗ୍ୟ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା, ସୋନୁ ସୁଦଙ୍କ ଏହି ସଂଳାପ ପରେ ଚରଣଜିତ୍ ସିଂ ଚନ୍ନୀ ଫିଲ୍ମ ଷ୍ଟାଇଲରେ ପ୍ରବେଶ କରୁଥିବା ଦୃଶ୍ୟ ସ୍ଥାନିତ ହୋଇଛି। ସୂଚନା ଯୋଗ୍ୟଯେ, ସୋନୁ ସୁଦଙ୍କ ଭଉଣୀ ମାଲଭିକା ମଧ୍ୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି ।

ଦଳୀୟ କନ୍ଦଳ-କଂଗ୍ରେସ ପାଇଁ କାଳ

ପଞ୍ଜାବରେ ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ଶୀର୍ଷରେ ପହଞ୍ଚିଥିଲା, ଯାହା ଫଳରେ ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ ଅମରୀନ୍ଦର ସିଂଙ୍କୁ ପଦବୀ ସହିତ ଦଳ ଛାଡିବାକୁ ପଡିଥିଲା। ଏହାପରେ ମଧ୍ୟ ଥମି ନଥିଲା ତାତି। ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସହଜରେ ହଜମ କରିପାରିନଥିଲେ ସିଦ୍ଧୁ। ରାଜ୍ୟ କ୍ଷମତାର ଶୀର୍ଷ ଚୌକିରେ ବସିବାକୁ ଲାଳୟୀତ ଥିବା ସିଦ୍ଧୁଙ୍କ ଆରମ୍ଭ ହୋଇଥିଲା ଇସ୍ତଫା ପ୍ରଦାନ ଏବଂ ଦଳୀୟ ନେତୃତ୍ଵ ବିରୋଧରେ ମନ୍ତବ୍ୟ ଦେବା ଅଭିଯାନ।

ଚନ୍ନୀଙ୍କ ଭାଇଙ୍କୁ ଟିକେଟ ଦେବା ନେଇ ବିରୋଧ କରିଥିଲେ ସିଦ୍ଧୁ

ମୁଖ୍ୟମନ୍ତ୍ରୀ ଚନ୍ନୀ ଏବଂ ସିଦ୍ଧୁଙ୍କ ବିବାଦ ଏତେ ଘନୀଭୂତ ଯେ, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ସମୟରେ ବାରମ୍ବାର ସମସ୍ଯା ଉପୁଜିଥିଲା। ଏପରକି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ସିଏମ ଚନ୍ନିଙ୍କ ଭାଇ ମନୋହର ସିଂଙ୍କୁ ଟିକେଟ ପ୍ରଦାନ କରିବାକୁ ବିରୋଧ କରିଥିଲେ । ଚନ୍ନୀଙ୍କ ଭାଇ ମନୋହର ସିଂଙ୍କ ସ୍ଥାନରେ ବିଧାୟକ ଗୁରୁପ୍ରୀତ ସିଂ ଜିପି ପ୍ରାର୍ଥୀପତ୍ରକୁ ସମର୍ଥନ କରିଥିଲେ ସିଦ୍ଧୁ । ବର୍ତ୍ତମାନ କୁହାଯାଉଛି ଯେ ସିଏମ୍ ଚାନ୍ନିଙ୍କ ଭାଇ ମନୋହର ସିଂ ବର୍ତ୍ତମାନ ଏକ ସ୍ଵାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଘଟଣା ଏବେ ରାଜ୍ୟରେ କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ସାର୍ବଜନୀନ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+