Get Updates
Get notified of breaking news, exclusive insights, and must-see stories!

ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନକୁ ନେଇ ଖୁସି ବ୍ୟକ୍ତ କଲେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନକୁ ନେଇ ଖୁସି ବ୍ୟକ୍ତ କଲେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି ରାଜ୍ୟର ଜନସାଧାରଣଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।

Naveen

ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ମୋ ସହିତ ଏହି ବିଷୟରେ ଆଲୋଚନା କରିଥିଲେ ସେତେବେଳେ ମୁଁ ଆନନ୍ଦିତ ହୋଇଥିଲି । ଏହା ପ୍ରକୃତରେ ଓଡିଶାର ଲୋକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

tweet

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,ସେ ନିଶ୍ଚିତ ଯେ ଦ୍ରୌପଦୀ ମୁର୍ମୁ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସ୍ଥାପନ କରିବେ। ବିଜେପି ମଙ୍ଗଳବାର ଦିନ ଓଡିଶାର ଦଳର ଆଦିବାସୀ ନେତ୍ରୀ ମୁର୍ମୁଙ୍କୁ ଶାସକ ଏନଡିଏର ପ୍ରାର୍ଥୀ ଭାବେ ନାମିତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନେଇ ଦଳର ସଂସଦୀୟ ବୋର୍ଡର ଏକ ବୈଠକ ପରେ ବିଜେପି ସଭାପତି ଜେ ପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+