ପିପିଲି ଉପ ନିର୍ବାଚନ ପୂର୍ବରୁ ପୋଷ୍ଟରେ ନିଆରା ପ୍ରତିବାଦ, ' ମୁଁ ଫନିଗ୍ରସ୍ତ.... ନେତାଏ ମୋ ଦ୍ବାରକୁ ଆସନି '
ଡ଼େଲାଙ୍ଗ ଚାଇଁପୁର ଗାଁରେ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ । ଘରର କାନ୍ଥରେ ଲାଗିଛି ପ୍ରତିବାଦର ପୋଷ୍ଟର ।
ପିପିଲି: ପିପିଲିରେ ଉପନିର୍ବାଚନ ତାତି । ସେପଟେ ଜନତାଙ୍କ ମଧ୍ୟରେ ମଧ୍ୟ ପ୍ରତିବାଦର ତାତି । ଡ଼େଲାଙ୍ଗ ଚାଇଁପୁର ଗାଁରେ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ । ଘରର କାନ୍ଥରେ ଲାଗିଛି ପ୍ରତିବାଦର ପୋଷ୍ଟର ।
ପୋଷ୍ଟରରେ ଲେଖାଅଛି, ମୁଁ ଫନି ଗ୍ରସ୍ତ । ଫନି ସହୟାତରୁ ବଞ୍ଚିତ ଅଟେ । ମୋ ଭଙ୍ଗା କୁଡିଆର ଦ୍ବାରକୁ କୌଣସି ନେତାମାନେ ଭୋଟ ମାଗିବା ପାଇଁ ଦୟାକରି ଆସନ୍ତୁ ନାହିଁ । ଏହା ମୋର ବିନମ୍ର ଅନୁରୋଧ ।

ଏଭଳି ନିଆରା ପ୍ରତିବାଦ କରିଛନ୍ତି ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତର ୭ ନମ୍ବର ୱାର୍ଡର ଲୋକେ । ଜଣେ କି ଦୁଇ ଜଣଙ୍କ ଘର ଆଗରେ ଏହି ପୋଷ୍ଟର ଲାଗିନି । ପୁରା ୱାର୍ଡର ବାସିନ୍ଧା ନିଜ ନିଜ ଘର ଆଗରେ ଏହି ପୋଷ୍ଟର ଲଗାଇଛନ୍ତି ।
ଏହି ୱାର୍ଡ ଲୋକଙ୍କୁ ଏପର୍ଯ୍ୟନ୍ତ ଫନି ଟଙ୍କା ମିଳିନାହିଁ । ଏପରିକି ଅନେକ ଲୋକଙ୍କ ବ୍ୟାଙ୍କ ଖାତା ହୋଲ୍ଡ ହୋଇ ପଡ଼ି ରହିଥିବା ବେଳେ ଅନ୍ୟ କିଛି ଗାଁର ବାସିନ୍ଧାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କାରୁ ବଞ୍ଚିତ ହୋଇଛନ୍ତି । ଯାହା ପାଇଁ ଏଭଳି ନିଆଳା ପ୍ରତିବାଦ ଆପଣେଇଛନ୍ତି ଏହି ୱାର୍ଡର ଲୋକେ । ସେଥିପାଇଁ ଗାଁରେ କୌଣସି ରାଜନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଗାଁର ଲୋକେ ଘର ଆଗରେ ପୋଷ୍ଟର ଲଗାଇ ପ୍ରତିବାଦ କରିଛନ୍ତି ।












Click it and Unblock the Notifications