୨୫ଟି ବୁଥରେ ପୁନଃ ମତଦାନ ପ୍ରସ୍ତାବ, ୨ୟ ପର୍ଯ୍ୟାୟରେ ୩୦୬୫ ବୁଥ୍ ସମ୍ବେଦନଶୀଳ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଶେଷ ହୋଇଥିବା ବେଳେ ୪ଟି ଜିଲ୍ଲାର ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଶେଷ ହୋଇଥିବା ବେଳେ ୪ଟି ଜିଲ୍ଲାର ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ଟି ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।

ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି ବୁଥ୍ରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଛି। ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍ ଏବଂ ଢେଙ୍କାନାଳରେ ୪ଟି ବୁଥ୍ରେ ରି-ପୋଲ୍ ପ୍ରସ୍ତାବ ଆସିଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସଂପର୍କରେ ନିଷ୍ପତ୍ତି ନେବେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତ କାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଶୁକ୍ରାବର ଭୋଟ ଗ୍ରହଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟନିର୍ବାଚନ କମିଶନ।
ନିର୍ବାଚନ କମିଶନରଙ୍କ ସଚିବ ଆହୁରି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକଗୁଡ଼ିକରେ ପୋଲିଂ ଅଫିସର ପହଞ୍ଚି ସାରିଛନ୍ତି। ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୨୨୫ ପୁଲିସ ପ୍ଲାଟୁନ ନିୟୋଜିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଘଟିଥିବା ନିର୍ବାଚନୀ ହିଂସା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ସରିଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ୭୭.୨ ପ୍ରତିଶନ ମତଦାନ ହୋଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫ ପ୍ରତିଶତ ଓ ଅନୁଗୋଳରେ ୮୨.୬ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନରଙ୍କ ସଚିବ ସୂଚନା ଦେଇଛନ୍ତି।












Click it and Unblock the Notifications