ଜୁନ୍ ୨୦ରେ ଭୁବନେଶ୍ବରରେ ରୋଡ୍ ଶୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜୁନ ୨୦ରେ ଭୁବନେଶ୍ବରରେ ରୋଡ୍ ଶୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।
ଜୁନ୍ ୨୦ ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବ । ଏହା ପରେ ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହେବା ପରେ ରୋଡ୍ ଶୋ କରିବେ PM ମୋଦି ।

ଭୁବନେଶ୍ୱରରେ ରୋଡ୍ ଶୋ କରିବା ପରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ । ଏହାସହ ଅନେକ ନୂଆ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ମହାପୁରୁଷ ଆଦର୍ଶ ଗାଁ ଯୋଜନା ବି ଘୋଷଣା ହୋଇପାରେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।












Click it and Unblock the Notifications