ରାଷ୍ଟ୍ରପତି ନିର୍ବାଚନ: ମୋକିମଙ୍କ ବ୍ୟତୀତ ଓଡିଶାରେ ଆଉ କେହି କରି ନାହାନ୍ତି କ୍ରସ ଭୋଟିଂ
କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବ୍ୟତୀତ ଓଡିଶାରେ ଆଉ କେହି କରି ନାହାନ୍ତି କ୍ରସ ଭୋଟିଂ । ଗତକାଲି ନିର୍ବାଚନ ଫଳାଫଳର ତାଲିକା ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।
ଭୁବନେଶ୍ବର: ଭୁଲ ପ୍ରମାଣିତ ହେଲା କଂଗ୍ରେସ-ବିଜେପି ନେତାଙ୍କ କାଦୁଅ ବୋଳା ବୋଳି । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବ୍ୟତୀତ ଓଡିଶାରେ ଆଉ କେହି କରି ନାହାନ୍ତି କ୍ରସ ଭୋଟିଂ । ଗତକାଲି ନିର୍ବାଚନ ଫଳାଫଳର ତାଲିକା ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ସମୀକରଣ ଏମିତି କହୁଛି:
ରାଜ୍ୟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୭ । ୧୪୬ ଭୋଟିଂ ହୋଇଛି । ଭୋଟ ଦେଇ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୪୬ ଭୋଟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୧୩୭ ଭୋଟ ମିଳିଥିବାବେଳେ ବିରୋଧୀଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୯ଟି ଭୋଟ ।
ରାଜ୍ୟରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୪ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଛାଡି ୧୧୩ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ସେହିପରି ସମସ୍ତ ୨୨ ବିଜେପି ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ଜଣେ ସ୍ବାଧୀନ ବିଧାୟକ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ।

ଅନ୍ୟପଟେ ବିରୋଧୀଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସର ୮ ବିଧାୟକ ଓ ଜଣେ ସିପିଏମର ବିଧାୟକ ମୋଟ୍ ୯ ଜଣ ଭୋଟ୍ ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କ୍ରସ ଭୋଟିଂ କରିଛନ୍ତି ।
ସମୀକରଣ-
- ଦୌପଦୀ ମୁର୍ମୁ (୧୩୭) = ବିଜେଡି ୧୧୩ + ବିଜେପି ୨୨ + ୧ ସ୍ବାଧୀନ + ମହମ୍ମଦ ମୋକିମ
- ଯଶୱନ୍ତ ସିହ୍ନା (୯) = ୮ କଂଗ୍ରେସ + ୧ ସିପିଏମ
ତେବେ ରାଜ୍ୟର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ରହିଛି ୧୪୯ । ଫଳରେ ଦ୍ରୌପଦୀ ପାଇଥିବା ଭୋଟ ମୂଲ୍ୟ ରହିଛି ୨୦ ହଜାର ୪୧୩ । ଯଶୱନ୍ତ ସିହ୍ନା ପାଇଥିବା ଭୋଟ ମୂଲ୍ୟ ରହିଛି ୧ ହଜାର ୩୪୧ । ଫଳରେ ଓଡିଶା ମୋକିମ୍ ଙ୍କ ବ୍ୟତୀତ ଅନ୍ୟ କୌଣସି ନେତା କ୍ରସ୍ ଭୋଟିଂ କରି ନଥିବା ସ୍ପଷ୍ଟ ହୋଇଯାଇଛି ।
ଉଲ୍ଲେଖଥାଉ କି, ବିଜେପିର ବିଧାୟକ ମୋହନ ମାଝି କହିଥିଲେ ଦ୍ରୌପଦୀଙ୍କୁ କଂଗ୍ରେସର ୨ ବିଧାୟକ ଭୋଟ ଦେଇଛନ୍ତି । ଯାହାର ଜବାବରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ବିଜେପିର ଦୁଇ ବିଧାୟକ ବି କ୍ରସ ଭୋଟିଂ କରିଛନ୍ତି । ଯାହା ଏବେ ଭୁଲ୍ ପ୍ରମାଣିତ ହୋଇଛି ।












Click it and Unblock the Notifications