ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।
ଭୁବନେଶ୍ୱର: ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇଛି ।

କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ଘଣ୍ଟା ପୂର୍ବରୁ ଗତକାଲି ସନ୍ଧ୍ୟା ୬ଟାରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମୋଟ ବୁଥ ସଂଖ୍ୟା ୩୪୮ ରହିଛି । ୨୦୧ ସମ୍ବେଦନଶୀଳ ବୁଥ ସଂଖ୍ୟା । ମାଇକ୍ରୋ ଅବଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସେଠାରେ ଓ୍ୱେବ କାଷ୍ଟ କିମ୍ୱା ସିସିଟିଭି ଲଗାଯିବ । ନିର୍ବାଚନ କାର୍ଯ୍ୟରେ ନୟୋଜିତ ରହିବେ ୨୨୦୦ କର୍ମଚାରୀ ନିୟୋଜିତ ରହିବେ । ୨୦୦୦ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । ୪୨୩ ଗାଡ଼ି ନିଆଯାଇଛି ପୁଲିଂ କର୍ମଚାରୀଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜତ ରହିବ । ୩୪୮ ଭିଭିପାଟ ବ୍ୟବହାର ହେବ । ୯୨୪ ପୋଷ୍ଟାଲ ବାଲଟ ଭୋଟ ଆମେ ପାଇଛୁ । କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ ୧୦୦୦ ଜଣ ମତ ଦାତା ଭୋଟ ଦେଇ ପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।
ସେହପିରି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସର ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨ ହଜାର ପୋଲିସ୍ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ସେମାନଙ୍କ ଭିତରେ ବିଏସ୍ଏଫ୍ ୩ଟି କମ୍ପାନୀ ରହିଛନ୍ତି। ପୋଲିସ୍ କର୍ମଚାରୀଙ୍କ ନେତୃତ୍ୱ ଏସ୍ପି ନେଉଛନ୍ତି। ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍ପି ଓ ୭ ଜଣ ଡିଏସ୍ପି ସହଯୋଗ କରୁଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ତେବେ ଭୋଟିଂ ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତେ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା ଇରାଯାଇଥିଲା । ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆଇବେ ବୋଲି କୁହାଯାଇଛି । ଭୋଟର ଆଇକର୍ଡ଼ ପରେ ୧୧ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ । ପ୍ରତ୍ୟେକ ଭୋଟର ଙ୍କୁ ହ୍ୟାଣ୍ଡ ଗ୍ଲୋବ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
ସେହିପରି ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ପୋଲିଂ ପାର୍ଟି, ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହି ସବୁ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍ ଡୋଜ୍ ନେଇଛନ୍ତି। ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍ ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବ। ତା'ସହିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।
ମତଦାନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋବ୍ସ ଓ ମାସ୍କ ଦିଆଯିବାର ବ୍ୟବସ୍ଥା ହୋଇଛି। ସେହିଭଳି ସେମାନଙ୍କ ଶରୀରର ତାପମାତ୍ରା ବି ମପାଯିବ। କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡ୍ରେ ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେମାନଙ୍କୁ ଏକ ଚିରକୁଟ୍ ଦେଇ ଘରକୁ ପଠାଇ ଦିଆଯିବ। ସେମାନେ ଭୋଟ୍ ଗ୍ରହଣର ଅନ୍ତିମ ୧ ଘଣ୍ଟାରେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନର ୩ଟି ଅଭିଯୋଗକୁ ତଦନ୍ତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ ୫ ହଜାର ଟଙ୍କା ଫାଇନ ବି କଟାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି ।












Click it and Unblock the Notifications