ଚିଲିକା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପାଟ୍ଟଶାଣୀ
ଚିଲିକା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପାଟ୍ଟଶାଣୀ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗତକାଲି ନବୀନ ନିବାସରେ ମିଟିଂ ହୋଇଥିଲା । ଚିଲିକା ମୋ ଗାଁ, ପାଖ ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି ।
ସେ ଆହୁରି କହିଛନ୍ତି ଯେ, ଦଳ ମୋତେ ଯେଉଁଠୁ ଦାୟିତ୍ବ ଦେବ ମୁଁ ରାଜି । ଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ ବୋଲି ସେ କହିଛନ୍ତି । ତେବେ ଏହାରି ଭିତରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହୋଇଛନ୍ତି। ଆଉ ସିଏ ଖୋର୍ଦ୍ଧା କି ବେଗୁନିଆରୁ ପ୍ରାର୍ଥି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ସହ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରି ସିଟ୍ କୁ ପୁଣିଥରେ ହାତେଇଥିଲା । 2019 ନିର୍ବାଚନରେ ପୃଥୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ପୃଥୀରାଜଙ୍କ ବିପକ୍ଷରେ 10856 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ 80,133 ଭୋଟ୍ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ପାଇଥିଲେ 69, 277 ଭୋଟ୍। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କ ସପକ୍ଷରେ ପଡ଼ିଥିଲା ମାତ୍ର 4,939 ଭୋଟ୍ ।












Click it and Unblock the Notifications