Get Updates
Get notified of breaking news, exclusive insights, and must-see stories!

୨୦୨୪ ସାଧାରଣ ନିର୍ବାଚନ ଲଢିବେନି ପ୍ରସାଦ ହରିଚନ୍ଦନ

ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି ମଧ୍ୟ । କିନ୍ତୁ ୨୦୨୪ ନିର୍ବାଚନ ଲଢିବି ନାହିଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।

ପୁରୀ: ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଏଥିପାଇଁ ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଦାୟୀ ଚର୍ଚ୍ଚା ହେଉଥିଲା । ଏପରିକି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ ।

Prasad Harichandan

ଟିକେଟ ଦେବା ଦାୟିତ୍ୱ ପିସିସି ସଭାପତିଙ୍କର, ସେ ସଂପର୍କରେ ନିରଞ୍ଜନ ପଟ୍ଟନାୟକ କହିବେ ବୋଲି ପ୍ରସାଦ କହିଛନ୍ତି । ଟିକେଟ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷ ଓଗାରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ଏହାଛଡା ପ୍ରସାଦ କହିଛନ୍ତି, ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି ମଧ୍ୟ । କିନ୍ତୁ ୨୦୨୪ ନିର୍ବାଚନ ଲଢିବି ନାହିଁ । ଯେଉଁମାନେ କହୁଥିଲେ ମୁଁ ବିଜେଡି ସମ୍ପର୍କରେ ଅଛି ସେମାନେ ପ୍ରମାଣ ଦିଅନ୍ତୁ । ମୋ ଘର ହେଉଛି କଂଗ୍ରେସ, ଏଠାରେ ଅଛି, ରହିବି । ଦଳ ପାଇଁ କାମ କରିବି । ମୁଁ କାହା ସହ ଡିଲ୍ କରିନି କି ମୋ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । ମୁଁ ଏଯାଏଁ ଅସ୍ତ୍ର ତ୍ୟାଗ କରିନି । ନିର୍ବାଚନ ଲଢିବିନି କିନ୍ତୁ ଦଳ ପାଇଁ କାମ କରିବି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+