ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା କହିବେ, ତେବେ ତାଙ୍କୁ କ’ଣ କହିବା? : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ବିଜେଡିର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଜେଡି ଦଳର କର୍ମୀମାନେ ଅମୂଳକ କଥା କହୁଛନ୍ତି । ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି । ଯେଉଁମାନେ ଅନ୍ଧ ପୁଟୁଳି ବାନ୍ଧି କଥା କହୁଛନ୍ତି, ସେମାନଙ୍କୁ କଣ କହିବା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra_pradhan

ସମଗ୍ର ଭାରତବର୍ଷରେ ପାଇକ ବିଦ୍ରୋହ ସଂଗ୍ରାମକୁ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ସରକାର ହିଁ ଜାତୀୟ ସ୍ତରକୁ ଆଣିଥିଲେ । ଏହାକୁ କେନ୍ଦ୍ର ବଜେଟରେ ଉଲ୍ଲେଖ କରାଯାଇଥିଲା । ପାଇକ ବିଦ୍ରୋହର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହ ଏବଂ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସମାରୋହରେ ଦୁଇ ଜଣ ମାନ୍ୟବର ରାଷ୍ଟ୍ରପତିଙ୍କୁ ଯୋଡାଯାଇଛି । ପ୍ରଧାନମନ୍ତ୍ରୀ ଖୋଦ୍ ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିଥିଲେ । ତାଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାବାବେଗ ସହ ସମ୍ପର୍କ ନଥିବା ଲୋକମାନେ ପାର୍ଟି ପାଇଁ ଚିଠା ଲେଖୁଛନ୍ତି । ଯାହାଙ୍କ ପାଖରେ ଶାଳିନତା ନାହିଁ, ତାଙ୍କୁ ମହାପ୍ରଭୁ କ୍ଷମା ପ୍ରାର୍ଥନା କରିବା ସହ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+