'ନବୀନବାଦ'ର ଶ୍ରେଷ୍ଠତ୍ୱ : 'ଜନ ବିରୋଧୀ' କାର୍ଯ୍ୟକଳାପ ପାଇଁ ବିଜେଡ଼ିରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ
ବିଜେଡ଼ିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର : ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି। ପାଠକ ବାପ-ପୁଅଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇ ପଡିଥିଲେ ପ୍ରଦୀପ ପାଣିଗ୍ରାହୀ । ଟାଟା ଜାଲ୍ ନିଯୁକ୍ତିପତ୍ର ନେଇ ପ୍ରଦୀପଙ୍କ ଭୁମିକା ସନ୍ଦେହରେ ଥିଲା।
ଏଠାରେ ସୂଚନାଥାଉକି, ଗୋପାଳପୁରରେ ଟାଟାର ଏକ ପ୍ରକଳ୍ପ ନିର୍ମାଣ ହେଉଛି । ଏଥିପାଇଁ ଅନେକ ଲୋକ ଜମି ହରେଇଛନ୍ତି ।

ତେବେ ଜମି ଦେବା ପାଇଁ ଲୋକଙ୍କୁ ପ୍ରଦୀପ କହିଥିଲେ । ଆହୁରି ମଧ୍ୟ ଜମି ବଦଳରେ ସେମାନଙ୍କୁ ଚାକିରିର ଲୋଭ ଦେଖାଯାଇଥିଲା । ଚାକିରି ପାଇଁ ଆକାଶ ପାଠକଙ୍କ ସହ ଲୋକଙ୍କୁ ଯୋଗାଯୋଗ କରେଇଥିଲେ ପ୍ରଦୀପ ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କୁହାଯାଉଛି । ଶନିବାର ପାଠକ ବାପା-ପୁଅଙ୍କ ମାମଲାରେ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି । 20 ଜଣିଆ ଟିମ୍ ଏହି ବାପ-ପୁଅଙ୍କ ସମ୍ପତିର ତଦନ୍ତ କରିବ । ଏଥିସହ ଏମାନଙ୍କ ସହ ଜଡ଼ିତ ଥିବା ସମସ୍ତଙ୍କୁ ତଦନ୍ତ ପରିଶରଭୁକ୍ତ କରିବ ।












Click it and Unblock the Notifications