ପୋଲିସ ନାଁରେ ଗୁରୁତର ଅଭିଯୋଗ କଲେ ପ୍ରଦୀପ ପାଣିଗ୍ରାହୀ; କହିଲେ ବରିଷ୍ଠ ପୋଲିସ ନେତା ଓ କର୍ମୀଙ୍କୁ ଦେଉଛନ୍ତି ଧମକ
ପୋଲିସ ନାଁରେ ଗୁରୁତର ଅଭିଯୋଗ କଲେ ପ୍ରଦୀପ ପାଣିଗ୍ରାହୀ। ବ୍ରହ୍ମପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗଭୀର ଆରୋପ ଆଣିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।
ଜଣେ ପୂର୍ବତନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେବା ଅଭିଯୋଗ ହେଉଛି ବୋଲି ପ୍ରଦୀପ କହିଛନ୍ତି । ବିଜେଡି ନଛାଡ଼ିବା ପାଇଁ ନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବିଜେଡି ସହ ରହିବାକୁ କର୍ମୀମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି ବୋଲି ସେ କହିଛନ୍ତି।

ସେ ଏହାକୁ ନିନ୍ଦା କରିବା ସହ ଏ ସଂପର୍କରେ ସିଇଓ ଏବଂ ଇସିଆଇ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି। ପ୍ରଦୀପଙ୍କ ଆରୋପ ନେଇ ବିଜେଡି କିମ୍ବା ପୋଲିସ ବିଭାଗର ପ୍ରତିକ୍ରିୟା ମିଳିନି।
ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ସବୁ ସିଟ ଉପରେ ତର୍ଜମା ଓ ସମୀକ୍ଷା ସରିଛି । କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଆଧାରରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଲେ ପୃଥୀରାଜ ହରିଚନ୍ଦନ ।
ସୂଚନାଯୋଗ୍ୟ ଯେ ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।












Click it and Unblock the Notifications