ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ନବରଙ୍ଗପୁରରେ ବିରାଟ କାର୍ଯ୍ୟକ୍ରମରେ ଧରିବେ ଶଙ୍ଖ

ଆଜି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ ।

ନବରଙ୍ଗପୁର: ଆଜି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ ।

Pradeep Majhi

କିଛି ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ଇସ୍ତଫା ଦେଇଥିଲେ ହଜାର ହଜାର ସମର୍ଥକ । ବିଜେଡିରେ ଯୋଗଦାନ କରିବା ନେଇ ପ୍ରଦୀପ ଘୋଷଣା କରିଥିଲେ । ପ୍ରଦୀପ ଓ ତାଙ୍କ ଅନୁଗତ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିବା ପରେ ମିଶ୍ରଣ ପର୍ବ ସଭାସ୍ଥଳରେ ପହଞ୍ଚିବେ । ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦ହଜାର ବିଜେଡି କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହେବା ଯୋଜନା ରହିଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ ବୈଠକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+