Get Updates
Get notified of breaking news, exclusive insights, and must-see stories!

ବିଜେଡିରେ ମିଶିଲେ ପ୍ରଦୀପ ମାଝୀ

ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ମିଶିଛନ୍ତି। ନବରଙ୍ଗପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ନବରଙ୍ଗପୁର: କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ମିଶିଛନ୍ତି। ନବରଙ୍ଗପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ରମେଶ ମାଝୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।

Pradeep Majhi

୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସରେ ରହିଲେ ଆଉ ଜନସେବା କରିବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଥିଲେ।

ସୂଚନାଯୋଗ୍ୟ, ପ୍ରଦୀପ କଂଗ୍ରେସରେ ଅନେକ ପଦପଦବୀରେ ରହି କାର୍ଯ୍ୟ କରିଥିଲେ। ଇସ୍ତଫା ଦେବା ବେଳକୁ ସେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ। ସେ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନବରଙ୍ଗପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+