ଉପରାଷ୍ଟ୍ରପତି ନିର୍ବାଚନ 2022 : ମତଦାନ ଆରମ୍ଭ, ଭୋଟ ଦେଲେ ପ୍ରଧାନମନ୍ତ୍ରୀ
ଆଜି ସକାଳ 10ଟାରୁ ସଂସଦରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ନିଜର ମତସାବ୍ୟସ୍ତ କରିଛନ୍ତି
ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଆଜି ସକାଳ 10ଟାରୁ ସଂସଦରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ନିଜର ମତସାବ୍ୟସ୍ତ କରିଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ଭୋଟ ଦେଇଛନ୍ତି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥତା ଯୋଗୁଁ ହ୍ବିଲଚେୟାର ଯୋଗେ ସଂସଦରେ ପହଞ୍ଚି ନିଜର ମତଦାନ କରିଛନ୍ତି । ଏଥିସହ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ମତଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ପୀୟୂଷ ଗୋୟଲଙ୍କ ସହ ବିଜେପି ମୁଖ୍ୟ ଜେପି ନଡ୍ଡା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି।
#WATCH | Delhi: Prime Minister Narendra Modi casts his vote for the Vice Presidential election, at the Parliament pic.twitter.com/cJWlgGHea7
— ANI (@ANI) August 6, 2022
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧି ମେଣ୍ଟ ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭାଙ୍କ ମଧ୍ୟରେ ଟକ୍କର । ସମସ୍ତ ଗଣିତ ଓ ଆକଳନ ମୁତାବକ NDA ପ୍ରାର୍ଥୀ ଜଗଦୀପ ଧନକଡ଼ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନରେ ବାଜିମାତ୍ କରିବେ ବୋଲି ଚର୍ଚ୍ଚା ହେଉଛି । ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ମୋଟ 788 ଜଣ ସଦସ୍ୟ ମତଦାନ କରିବେ । ଲୋକସଭାର 543 ଜଣ ସଦସ୍ୟ ଓ ରାଜ୍ୟସଭାର 233 ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଅଗଷ୍ଟ 10 ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ନୂଆ ଉପରାଷ୍ଟ୍ରପତି ଅଗଷ୍ଟ 11 ତାରିଖରେ ଶପଥ ନେବା ପରେ ଦାୟିତ୍ବଭାର ଗ୍ରହଣ କରିବେ ।
More From
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications