ସରିଲା ଭୋଟିଂ, EVMରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରବଳ ଉତ୍ସାହର ସହ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ଧାମନଗରବାସୀ ।
ଭଦ୍ରକ: ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରବଳ ଉତ୍ସାହର ସହ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ଧାମନଗରବାସୀ ।

ଦିନ ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । କାଁଭାଁ ଉତ୍ତେଜନା ସହ ଶାନ୍ତି ଶୃଙ୍ଖଳାର ସରିଛି ଭୋଟିଂ। ଇଭିଏମ ବାକ୍ସରେ ସିଲ୍ ହୋଇଛି ୫ ପ୍ରାର୍ଥୀଙ୍କ ଭବିଷ୍ୟତ । ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସନ୍ତା ୬ ତାରିଖରେ ହେବ ଭୋଟ ଗଣତି ଓ ଫଳାଫଳ ଘୋଷଣା ।
2019 ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ 72 ଦଶମିକ 01 ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ ।
ବିଜେଡି ପ୍ରାର୍ଥୀନି ଅବନ୍ତୀ ଦାସ କାଁପଡାର ୭୮ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର NACର ୧୨୫ ନମ୍ବର ବୁଥ୍ରେ ନିଜ ପରିବାର ଲୋକଙ୍କ ଆସି ଭୋଟ ଦେଇଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ମତଦାନ କରିଛନ୍ତି ।












Click it and Unblock the Notifications