ତେଲ ଦର ବୃଦ୍ଧି ନେଇ ତେଜିଲା ରାଜନୀତି: ବିଜେଡି କହିଲା, ଅଚ୍ଛେଦିନ କହୁଥିବା ସରକାରର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି
ତୈଳ ଦର ବୃଦ୍ଧି ନେଇ ତେଜିବାରେ ଲାଗିଛି ରାଜନିତି । କିଛି ଦିନ ବିରତି ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ଓ ରାଜ୍ୟ କଂଗ୍ରେସ ।
ଭୁବନେଶ୍ବର: ତୈଳ ଦର ବୃଦ୍ଧି ନେଇ ତେଜିବାରେ ଲାଗିଛି ରାଜନୀତି । କିଛି ଦିନ ବିରତି ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ଓ ରାଜ୍ୟ କଂଗ୍ରେସ । ଏନେଇ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା କହିଛନ୍ତି, ଅଚ୍ଛେଦିନ କହୁଥିବା ସରକାରର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ।

ସେ କହିଛନ୍ତି, ଭାରତରେ ଯେବେ NDA ସରକାର ଆସିଲା, ଦରଦାମ ନିୟନ୍ତ୍ରଣର ଆଶ୍ୱାସନା ଦେଇଥିଲା। ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୁଦ୍ଧି ହେବ ନାହିଁ। ହେଲେ ଦୁର୍ଭାଗ୍ୟର କଥା, ଗତ ବଜେଟ ଅଧିବେଶନରେ ଡିଜେଲ ଓ ପେଟ୍ରୋଲରେ ଅଧିକ ସେସ ଲଦି ଦିଆଗଲା। ଅର୍ଥ ମନ୍ତ୍ରୀ ସଂସଦରେ କହିଥିଲେ ନିର୍ମଳା ସୀତାରମନ କହିଲେ, ସେସର ପ୍ରଭାବ ଡିଜେଲ ଓ ପେଟ୍ରୋଲ ଦରରେ ପଡ଼ିବ ନାହିଁ। ହେଲେ ଲଗାତାର ଭାବେ ମୂଲ୍ୟ ବୃଦ୍ଧି ହୋଇ ଚାଲିଛି। ଅଧିକ ଦୁର୍ଭାଗ୍ୟ କଥା 5 ରାଜ୍ୟ ନିର୍ବାଚନ ଘୋଷଣା ହେଲେବେଳ ଡିଜେଲ ପେଟ୍ରୋଲ ଦର ସ୍ଥିର ରହିଲା। ହେଲେ ଯେଉଁଦିନ ପଶ୍ଚିମବଙ୍ଗ ଭୋଟ ସରିଲା, ତା ପରଠାରୁ ଲଗାତାର 4 ଥର ଦର ବୃଦ୍ଧି ହୋଇ ଖାଉଟି ଉପରେ ବୋଝ ଲଦି ଦିଆଯାଇଛି। ଅଛେ ଦିନ କହୁଥିବା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। କରନାର ଘଡିସନ୍ଧି ସମୟରେ ଏହି ଦର ବୃଦ୍ଧି ଏହା ବେଡି ଉପରେ କୋରଡା ସଦୃଶ। ମୁଁ ନିବେଦନ କରିବି କେନ୍ଦ୍ର ସରକାରଙ୍କୁ ଏହା ତୁରନ୍ତ ପ୍ରତ୍ୟାହାର କରାଯାଉ।

ସେହିପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱାର୍ଥପର ବୋଲି ସମସ୍ତେ ଜାଣିଗଲେଣି। ସେ ହେଉଛନ୍ତି ପୁଞ୍ଜିପତିଙ୍କ ସରକାର। " ଏ ହେଉଛି ବିଜେପିର ପୁଞ୍ଜିପତିଙ୍କ ତୁଷ୍ଟିକରଣ। ମୋଦି ସରକାର ନିୟନ୍ତ୍ରଣରେ ଅଛି ପେଟ୍ରୋଲ ଡିଜେଲ ଦର। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବଢ଼ିଲାଣି। ଗୁଜୁରାଟ ଓ ବିହାର ନିର୍ବାଚନ ସମୟରେ ବି ବଢ଼ିଲା ନାହିଁ। ସଲାସୁତୁରା ଚାଲିଛି ବ୍ୟାପାରୀଙ୍କ ସହ। ବର୍ତ୍ତମାନ 32.61 ପେଟ୍ରୋଲ 74.70 ଡିଜେଲ ଦର ସୋଧିତ ହେବା ପରେ। ଏହା ପରେ ସେସ, excise ବଢ଼ାଉଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ କୁହାଳିଆ ମନ୍ତ୍ରୀ ଯିଏ ମିଛ କହୁଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱାର୍ଥପର ବୋଲି ସମସ୍ତେ ଜାଣିଗଲେଣି। ସେ ହେଉଛନ୍ତି ପୁଞ୍ଜିପତିଙ୍କ ସରକାର। ଠିକଣା ଜବାବ ପାଇଲେ ଗତ ନିର୍ବାଚନରେ। ଆଗକୁ ଆହୁରି ବଢ଼ିବ। " ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି ।
ସେପଟେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ବିଜେଡି ରାଜନୀତି କରିବା, ଘୃଣାର କଥା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ସଂକ୍ରମଣ ଯୋଗୁ ହେଉ ବା ଅନ୍ୟ କରାଣରୁ ହେଉ, ଅଶୋଧିତ ଦର ବୃଦ୍ଧି ହୋଇଛି। ଏହି ସମୟରେ ବିଜେଡି ରାଜନୀତି କରିବା, ଘୃଣାର କଥା। କରନା ମୁକାବିଲା ସମୟରେ ନିଜ ସ୍ଥିତି ସୁଧାରୁ ନାହାନ୍ତି ରାଜ୍ୟ ସରକାର। ତେଣୁ ସମାଲୋଚନା ରାଜନୀତି ଆଗକୁ ନ ନେବା ଉଚିତ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।












Click it and Unblock the Notifications