Get Updates
Get notified of breaking news, exclusive insights, and must-see stories!

ବେକାରୀ ହାର ହ୍ରାସକୁ ନେଇ ତେଜିଲା ରାଜନୀତି: ବିରୋଧୀ କହିଲେ 'ସ୍ପନସର୍ ରିପୋର୍ଟ', ଜବାବ ରଖିଲା ବିଜେଡି଼

ଓଡ଼ିଶାରେ ବେକାରୀ ହାର ହ୍ରାସକୁ ନେଇ ତେଜାଲା ରାଜନୀତି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ରିପୋର୍ଟ ଆସିବା ପରେ ଆରମ୍ଭ ହୋଇଯାଇଛି ତୁମ୍ଭିତୋଫାନ ।

ଭୁବନେଶ୍ୱର: ଓଡ଼ିଶାରେ ବେକାରୀ ହାର ହ୍ରାସକୁ ନେଇ ତେଜିଲା ରାଜନୀତି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ର ରିପୋର୍ଟ ଆସିବା ପରେ ଆରମ୍ଭ ହୋଇଯାଇଛି ତୁମ୍ଭିତୋଫାନ । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଏକ 'ସ୍ପନସର୍ ରିପୋର୍ଟ' ବୋଲି କହୁଥିବା ବେଳେ ଏହାର ଜବାବ ରଖିଛି ଶାସକ ବିଜେଡି଼ ।

ସୂଚନାଥାଉ କି, ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ସିଏମଆଇଇର ରିପୋର୍ଟରେ ଓଡିଶାରେ ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଛି । ଯାହାକି ଏକ ବଡ ରେକର୍ଡ । ବଡ଼ ବଡ଼ ରାଜ୍ୟରେ ବେକାରୀ ହାର ସର୍ବାଧିକ ରହିଛି । ଯେଉଁଠି ଓଡିଶାରେ ଏହା ଶୂନ ଦଶମିକ ତଳେ ରହିଛି ।

Unemployment Rate

ମାତ୍ର ଏହି ରିପୋର୍ଟ ବାଦ୍, ଦୁଇଟି ଭିନ୍ନ ଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଓଡ଼ିଶାର ବେକାରୀ ହାରକୁ ନେଇ ଭିନ୍ନ ତଥ୍ୟ ରହିଛି । ଆରବିଆଇ ରିପୋର୍ଟ ଅନୁସାରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୭.୮ ପ୍ରତିଶତ ରହିଛି । ସେହିଭଳି ରାଜ୍ୟସଭାରେ ଉତ୍ତର ରଖି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଓଡ଼ିଶାରେ ବେକାରୀ ହାର ୫.୩ ପ୍ରତିଶତ ରହିଛି । ୧୫ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ଏକ ସର୍ଭେ କରାଯିବା ପରେ ଏହି ଆକଳନ କରାଯାଇଥିବା ସେ କହିଛନ୍ତି ।

ଫଳରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ପ୍ରକୃତରେ ବେକାରୀ ହାର କେତେ ? ରାଜ୍ୟରେ କେତେ ସଂଖ୍ୟକ ଲୋକ ଅଛନ୍ତି ଯାହାଙ୍କ ପାଖରେ କୌଣସି ଚାକିରୀ ନାହିଁ ବା ରୋଜଗାର କରିବାର କୌଣସି ପନ୍ଥା ନାହିଁ ? ଓଡ଼ିଶାର ବେକାରୀ ହାରକୁ ନେଇ ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସିବା ପରେ ତେଜିଛି ରାଜନୀତି ।

Unemployment Rate

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ରିପୋର୍ଟକୁ ପ୍ରାୟୋଜିତ ବୋଲି କହିଛନ୍ତି । ସେ କହିଛନ୍ତି, ଓଡିଶାରେ କୌଣସି ଶିଳ୍ପାୟନ ନାହିଁ ଏବଂ ରୋଜଗାରର କୌଣସି ସୁବିଧା ନାହିଁ । ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଯୋଜନା ପ୍ରସ୍ତୁତ କରୁନାହାଁନ୍ତି । ଏହା କୁହାଯାଇପାରେ, ରାଜ୍ୟରେ ରୋଜଗାର ସମସ୍ୟା ଏକ ଭୟାନକ ପରିସ୍ଥିତିରେ ଅଛି । ଏହି କାରଣରୁ ଯୁବକମାନେ ଚାକିରି ଖୋଜୁଥିବା ଓଡିଶା ଅନ୍ୟ ରାଜ୍ୟକୁ ଯାଉଛି ବୋଲି ହରିଚନ୍ଦନ କହିଛନ୍ତି ।

ତେଣୁ ଏହି (CMIE ରିପୋର୍ଟ) କେବଳ ପ୍ରାୟୋଜିତ ଅଟେ । ପୂର୍ବରୁ ବିଭିନ୍ନ ସଂସ୍ଥା ସେମାନଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ଓଡିଶାର ବେକାରୀ ହାର ଅଧିକ। ମାତ୍ର ରୋଜଗାର କିପରି ହଠାତ୍ ବୃଦ୍ଧି ପାଇଛି ଯେ, ବେକାରୀ ସମସ୍ୟା ସମାପ୍ତ ହୋଇଛି ବୋଲି ଉକ୍ତ ସଂସ୍ଥା ଦାବି କରିଛି । ନବୀନ ବାବୁ ନିର୍ବାଚନ ପୂର୍ବରୁ ମିଥ୍ୟା ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଓଡିଶା ଲୋକଙ୍କୁ ଭୁଆଁ ବୁଲେଇବା ତ୍ୟାଗ କରିବା ଉଚିତ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଏହି ସର୍ଭେ କରିଥିବା ସଂସ୍ଥା ଭରସାଯୋଗ୍ୟ ନୁହେଁ । ଯଦି 40ଟି ନିଯୁକ୍ତି ବିନିମୟର ଆକଳନ ଏକାଠି କରି ଦେଖାଯାଏ, ତେବେ କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା ବେକାର ଯୁବକଙ୍କ ସଂଖ୍ୟା 8,80,075 ହେବ । ସେମାନେ ଏବେ ବି ଚାକିରି ପାଇଁ ଅପେକ୍ଷା କରିଛନ୍ତି ବୋଲି ସାଲୁଜା କହିଛନ୍ତି ।

ଏହି ଅଭିଯୋଗର ଜବାବରେ ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, "ସରକାରଙ୍କୁ ନିନ୍ଦା କରିବା ବିରୋଧୀ ଦଳର କାମ। କିନ୍ତୁ ପ୍ରକୃତ କଥା ହେଉଛି ରାଜ୍ୟରେ ବେକାରୀ ହାର ହ୍ରାସ ପାଇଛି। ଆଗାମୀ ଦିନରେ ଅନ୍ୟ ସଂସ୍ଥାର ଆକଳନ ମଧ୍ୟ ସାମ୍ପ୍ରତିକ ଆକଳନ ସହ ସହମତ ହେବ। "

Unemployment Rate

ଉଲ୍ଲେଖଥାଉ କି, ପ୍ରକାଶ ପାଇଥିବା ସିଏମଆଇଇର ରିପୋର୍ଟରେ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୪ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ ପ୍ରତିଶତ ରହିଛି ବେକାରୀ ହାର ।

ସେହିପରି ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ । କାରଣ ଗତ ନଭେମ୍ବର ମାସରେ ଦେଶରେ ବେକାରୀ ହାର ୮.୦୦ ପ୍ରତିଶତ ରହିଥିଲା । ଦେଶରେ ସହରାଞ୍ଚଳର ବେକାରୀ ହାର ଡିସେମ୍ବରରେ ୧୦.୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବ ମାସରେ ଥିଲା ୮.୯୬ ପ୍ରତିଶତ । ଅନ୍ୟପଟେ ଗ୍ରାମାଞ୍ଚଳର ବେକାରୀ ହାର ରହିଛି ୭. ୪୪ ପ୍ରତିଶତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+