ଅକ୍ଟୋବର 1ରୁ ଲଞ୍ଚ ହେବ 5G ସେବା
ଅକ୍ଟୋବର 1 ତାରିଖରୁ ଆରମ୍ଭ ଲଞ୍ଚ ହେବ 5 ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀର ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଲଞ୍ଚ କରିବାର ଯୋଜନା ରହିଛି ।
ନୂଆଦିଲ୍ଲୀ: ଅକ୍ଟୋବର 1 ତାରିଖରୁ ଆରମ୍ଭ ଲଞ୍ଚ ହେବ 5 ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀର ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଲଞ୍ଚ କରିବାର ଯୋଜନା ରହିଛି । ବହୁ ଦିନରୁ ଏହାକୁ ଅପେକ୍ଷା କରି ରହିଥିଲେ ଦେଶବାସୀ । ଏହା ଦ୍ବାରା ଦେଶର ଡିଜିଟାଲ ସେବା ଆହୁରି ଉଚ୍ଚକୁ ଉଠିବ ବୋଲି ଆଶା କରାଯାଉଛି । ନ୍ୟାସନାଲ ବ୍ରଡବ୍ୟାଣ୍ଡ୍ ମିଶନ ପକ୍ଷରୁ ଏନେଇ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏସିଆର ସର୍ବବୃହତ ଟେଲିକମ, ମିଡ଼ିଆ ଓ ଟେକ୍ନୋଲୋଜି ଫୋରମ ଟେଲିଯୋଗାଯୋଗ ବିଭାଗ ଓ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନର ମିଳିତ ଉଦ୍ୟମରେ ଏହି ସେବାକୁ ଲଞ୍ଚ କରାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବାସୀଙ୍କୁ ଏହି ସେବା ଯୋଗାଇ ଦେବା ଲାଗି ଉଦ୍ୟମ ଜାରି ଥିବା ପୂର୍ବରୁ ସୂଚନା ଦେଇଥିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ସମଗ୍ର ବିଶ୍ବରେ ଆମେ ଦେଶରେ 5G ନେଟୱର୍କର ଦର ପ୍ରତିଯୋଗିତାମୂଳକ ରହିଥିବା ନେଇ କୁହାଯାଇଛି । 4G ପ୍ଲାନ ପରି 5Gର ମଧ୍ୟ ସମାନ ପ୍ଲାନ ରହିବ ବୋଲି ଆଶା ରହିଛି ।












Click it and Unblock the Notifications