ମେ'୧୦ ତାରିଖରେ ଭୁବନେଶ୍ୱରରେ ମୋଦୀଙ୍କ ବିଶାଳ ରୋଡ ଶୋ'
PM Modi: ଏଥର ଫୋକସରେ ଓଡ଼ିଶା । ଲଗାତାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ହେବିୱେଟ୍ ନେତା । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ସରଗରମ ହୋଇଥିଲା ରାଜ୍ୟର ରାଜନିତୀ । ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆଲିବେ ମୋଦୀ ।
ଏହି ସମୟରେ ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ଼ ଶୋ'ରେ ଯୋଗେ ଦେବେ ମୋଦୀ । ଏହା ପର ଦିନ ଅର୍ଥାତ୍ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି, ସେଠାରେ ଏକ ସମାବେଶରେ ଯୋଗ ଦେବେ ମୋଦୀ ।

ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରୁ ଭୁବନେଶ୍ୱରରେ ମୋଦୀଙ୍କ ରୋଡ୍ ଶୋ'ର ଆୟୋଜିତ ହେବ । ଏହି ରାଲି ମାଷ୍ଟରକ୍ୟାଣ୍ଟିନରୁ ଆରମ୍ଭ ହୋଇ ବାଣୀବିହାରରେ ଶେଷ ହେବ । ମୋଦୀଙ୍କ ରାଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ଦଳର ଅନେକ ବରିଷ୍ଠ ନେତା, ହଜାର ହଜାର କର୍ମୀ ଏହି ରାଲିରେ ଯୋଗ ଦେବେ। ସାଂସଦ ଅପରାଜିତା ଷଡଙ୍ଗୀ ଏକି ଅଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ଏହି ରୋଡ ଶୋ'ରେ ଯୋଗ ଦେବା ପାଇଁ ଅପିଲ କରୁଛନ୍ତି ।












Click it and Unblock the Notifications