ଡାଏରୀ ସେକ୍ଟର ଅସଲି କର୍ଣ୍ଣଧାର ମହିଳା : ପ୍ରଧାନମନ୍ତ୍ରୀ ମୋଦି

ଆଜି ବିଶ୍ବ ଦୁଗ୍ଧ ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ପରେ ମୋଦି କହିଛନ୍ତି, "ଆଜି ଡାଏରୀ ସେକ୍ଟରର ସମସ୍ତ ବିଶେଷଜ୍ଞ ଓ ଉଦ୍ଭାବକ ଭାରତରେ ଏକାଠି ହୋଇଛନ୍ତି ।

ନୂଆଦିଲ୍ଲୀ: ଆଜି ବିଶ୍ବ ଦୁଗ୍ଧ ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ପରେ ମୋଦି କହିଛନ୍ତି, "ଆଜି ଡାଏରୀ ସେକ୍ଟରର ସମସ୍ତ ବିଶେଷଜ୍ଞ ଓ ଉଦ୍ଭାବକ ଭାରତରେ ଏକାଠି ହୋଇଛନ୍ତି । ଡାଏରୀ ସେକ୍ଟରର ସାମର୍ଥ କେବଳ ଯେ ଖାଲି ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇଛି ତା ନୁହେଁ ବିଶ୍ବର କୋଟି କୋଟି ଲୋକଙ୍କ ଜୀବିକା ସାଜିଛି । ମୋର ବିଶ୍ବାସ ରହିଛି ଯେ, ଏହି ସମ୍ମିଳନୀ ଟେକ୍ନୋଲୋଜି, ଉତ୍ପାଦନ ଏବଂ ଡାଏରୀ ସେକ୍ଟରରେ ସୂଚନା ପ୍ରଦାନ ଓ ଶିକ୍ଷା ଦେବା କ୍ଷେତ୍ରରେ ବଡ ଭୂମିକା ତୁଲାଇବ । ଏହି ସମ୍ମିଳନୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ।

pm modi

ବର୍ତ୍ତମାନ ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜିର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏଥିରେ ଦେଶର 75ଲକ୍ଷରୁ ଅଧିକ ଡାଏରୀ କୃଷକ ଟେକ୍ନଲୋଜି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । ବିଶ୍ବର ଅନ୍ୟ ବିକଶିତ ଦେଶ ତୁଳନାରେ ଆମ ଦେଶ ଡାଏରୀ ସେକ୍ଟରରେ ଆସଲି ଶକ୍ତି ହେଉଛନ୍ତି କ୍ଷୁଦ୍ର ଚାଷୀ । ସେମାନେ ଭାରତ ଡାଏରୀ ସେକ୍ଟରରେ ପରିଚିତ ହୋଇପାରିଛନ୍ତି । 8 କୋଟିରୁ ଅଧିକ ପରିବାରକୁ ଏହା ରୋଜଗାରକ୍ଷମ କରିଥିବା କହିଛନ୍ତି ପିଏମ ମୋଦି ।

ଦେଶର ଦୁଇ ଲକ୍ଷ ଗାଁରୁ ଅଧିକ 2 କୋଟି ଚାଷୀଙ୍କ ପାଖରୁ ଦିନକୁ 2 ଥର ଦୁଗ୍ଧ ଗ୍ରହଣ କରି ଗ୍ରାହକଙ୍କ ପାଖରେ ପହଞ୍ଚାଉଛି । ଗ୍ରାହକଙ୍କ ପାଖରୁ ଆସୁଥିବା ଟଙ୍କାର 70 ପ୍ରତିଶତରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଯାଉଛି । ଭାରତ ଡାଏରୀ ସକ୍ଟେରରେ 70 ପ୍ରତିଶତ ମହିଳା ଶକ୍ତି ପ୍ରତିନିଧିତ୍ବ କରୁଛନ୍ତି । ଡାଏରୀ ସେକ୍ଟରର ଅସଲି କର୍ଣ୍ଣଧାର ମହିଳା । 2014 ମସିହାରୁ ସରକାର ଡାଏରୀ ସେକ୍ଟରର ସାମର୍ଥ୍ୟ ବଢାଇବାକୁ ପ୍ରୟାସ କରୁଛନ୍ତି । ପୂର୍ବରୁ ଦେଶରେ 146 ମିଲିୟନ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହା 210 ମିଲିୟନ ଟନକୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+