ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଦେଶର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନୂଆଦିଲ୍ଲୀ: ଦେଶର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ କରି ଲେଖିଥିଲେ, "ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କ ଜୀବନ, ତାଙ୍କର ପ୍ରାରମ୍ଭିକ ସଂଘର୍ଷ, ତାଙ୍କର ସମୃଦ୍ଧ ସେବା ଏବଂ ତାଙ୍କର ଦୃଷ୍ଟାନ୍ତମୂଳକ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରୁଛି। ସେ ଆମ ନାଗରିକ, ବିଶେଷକରି ଗରିବ, ଅବହେଳିତ ଏବଂ ଦଳିତମାନଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଜଣେ ଉଲ୍ଲେଖନୀୟ ବିଧାୟିକା ଏବଂ ମନ୍ତ୍ରୀ ଥିଲେ। ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ତାଙ୍କର ଏକ ଉତ୍କୃଷ୍ଟ କାର୍ଯ୍ୟକାଳ ଥିଲା । ମୁଁ ନିଶ୍ଚିତ ଯେ ସେ ଜଣେ ଉଲ୍ଲେଖନୀୟ ରାଷ୍ଟ୍ରପତି ହେବେ ଯିଏ ଏବଂ ଭାରତର ବିକାଶ ଯାତ୍ରାକୁ ମଜବୁତ କରିବେ। "
ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ।












Click it and Unblock the Notifications