Get Updates
Get notified of breaking news, exclusive insights, and must-see stories!

ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନବୀନ

ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କୁ ସମର୍ଥନ ଘୋଷଣା କରିଛି ଦଳ । ଗତକାଲି ସଂଧ୍ୟାରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥାହେଲେ।

ଭୁବନେଶ୍ବର: ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜେଡି। ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କୁ ସମର୍ଥନ ଘୋଷଣା କରିଛି ଦଳ । ଗତକାଲି ସଂଧ୍ୟାରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିବା ଜଣାପଡିଛି ।

cm odisha

ବିଜେଡି ନିଜର ପୂର୍ବଧାରା ବଜାୟ ରଖି ବିଜେପି ନେତୃତ୍ବାଧୀନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଯାହା ଆକଳନ କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଦ୍ରୋପଦୀ ମୁର୍ମୁ ମଧ୍ୟ ଓଡିଶା ଗସ୍ତ ସମୟରେ ନବୀନଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ପରେ ବିଜେଡି ଆସନ୍ତାକାଲି ହେବାକୁ ଥିବା ଏନଡିଏ ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ପ୍ରସ୍ତାବକ ଭାବେ ପ୍ରତିନିଧି ପଠାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଧାନକରଙ୍କ ଦ୍ୱାରା ନାମାଙ୍କନ ଦାଖଲ ସମୟରେ ସମସ୍ତ ବିଜେଡ଼ି ସାଂସଦ ଉପସ୍ଥିତ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଗଦୀପ ଧନଖର ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ଏବଂ ଅଗଷ୍ଟ 6 ରେ ନିର୍ବାଚନ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+