For Quick Alerts
Turn On Notification  
For Daily Alerts
Oneindia App Download

ସଭା ଚାଲିଥିବା ବେଳେ ବୃଦ୍ଧାଙ୍କ ମୁଣ୍ଡ ବୁଲାଇଲା : ଭାଷଣ ବନ୍ଦ କଲେ ମୋଦୀ, କଲେ ଏପରି କାମ

ପଶ୍ଚିମବଙ୍ଗର କୁଚ୍ ବେହାର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି

|

west bengal election : ଆଜି (6 ଏପ୍ରିଲ) ପଶ୍ଚିମବଙ୍ଗର କୁଚ୍ ବେହାର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ତେବେ ଏହି ସମୟରେ ପ୍ରବଳ ଖରା ହେତୁ ଉକ୍ତ ସଭାରେ ଜଣେ ବୃଦ୍ଧ ମହିଳା ମୁଣ୍ଡ ବୁଲାଇଥିଲା । ମଞ୍ଚ ଉପରେ ଥାଇ ଭିଡ଼ ଭିତରୁ ଏହା ଦେଖିପାରିଥିଲେ ମୋଦୀ । ବୃଦ୍ଧାଙ୍କ ଏହି ସ୍ୱାସ୍ଥ୍ୟବସ୍ଥା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ । ଉକ୍ତ ବୃଦ୍ଧାଙ୍କୁ ସଙ୍ଗେ ସଙ୍ଗେ ପାଣି ଦେବା ପାଇଁ ସେ କହିଥିଲେ । କେବଳ ସେତିକି ନୁହେଁ ତାଙ୍କ ସହିତ ସବୁ ସମୟରେ ରହୁଥିବା ଡାକ୍ତରୀ ଦଳକୁ ମଧ୍ୟ ସେହି ବୃଦ୍ଧାଙ୍କ ପାଖକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନରେନ୍ଦ୍ର ମୋଦୀ

କ'ଣ ରହିଥିଲା ସଂପୂର୍ଣ୍ଣ ଘଟଣା ?
ସୂଚନାନୁସାରେ, କୁଚ୍ ବେହାରରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରୁଥିଲେ । ଏହି ସମୟରେ ସଭାରେ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ। ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୋଦୀଙ୍କ ଭାଷଣ ଶୁଣଥିଲେ । ସଭାସ୍ଥଳୀ ଖଚାଖଚ ଭିଡ ଥିଲା ।

ଭିଡ ଓ ଅସହ୍ୟ ଗରମ କାରଣରୁ ଜଣେ ବୃଦ୍ଧ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ବନ୍ଦ କରିଛନ୍ତି। ସେ କହିଥିଲେ, 'ଦେଖ, ମୋ ସହିତ ଥିବା ଡାକ୍ତରମାନେ ଦେଖନ୍ତୁ । ସେହି ମାଙ୍କୁ ପାଣି ଦିଅନ୍ତୁ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ମୋ ସହ ରହୁଥିବା ଡାକ୍ତରମାନେ ତୁରନ୍ତ ସେଠାରେ ପହଞ୍ଚିବା ଉଚିତ୍।' ଏହାପରେ ମୋଦୀ ତାଙ୍କର ଭାଷଣ ଜାରି ରଖିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi asks his team of doctors to assist a woman who faced some issues due to dehydration at an election rally in Cooch Behar, West Bengal.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X