ପରଲୋକରେ ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ପିପିଲି: ପରଲୋକରେ ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । 73 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏ ନେଇ ଯୁଧିଷ୍ଠିରଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି । ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଯୁଧିଷ୍ଠିର ।

Judhistir Samantaray

ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଯୁଧିଷ୍ଠିର । 1995 ରୁ 2000 ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ ଯୁଦ୍ଧିଷ୍ଠିର । କିନ୍ତୁ ଏହାପରେ ଯୁଧିଷ୍ଠିର ଲଗାତାର 2014 ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । 1984 ରୁ 1990 ପର୍ଯ୍ୟନ୍ତ ପିପିଲି ବ୍ଲକ ଚେୟାରମ୍ୟାନ ମଧ୍ୟ ଥିଲେ । ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି । ଯୁଧିଷ୍ଠିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+