Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ପିପିଲି ଉପନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ

ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନୂଆ ବିଧାୟକ ବାଛିବେ ପିପିଲିବାସୀ ।

ପିପିଲି: ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନୂଆ ବିଧାୟକ ବାଛିବେ ପିପିଲିବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ ।

Pipili By Election

ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପୂରା ବ୍ୟବସ୍ଥାକୁ ସିସିଟିଭିର ନଜରରେ ରଖାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ ବୋଲି ଆଶା କରାଯାଉଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ ।

Pipili By Election

ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୭୫ ବୁଥରେ ୱେବ କାଷ୍ଟିଂ ହେବ । ସବୁ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ବିଏଲଓ ପହଞ୍ଚି ଇଭିଏମ୍‌, ଭିଭିପାଟ୍‌ ଓ ନିର୍ବାଚନୀ ଦସ୍ତାବିଜର ଯାଞ୍ଚ କରିଛନ୍ତି । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କୁ ହ୍ବିଲ୍‌ ଚେୟାରରେ ମତଦାନ କେନ୍ଦ୍ର ଯାଏ ଅଣାଯିବ ।

Pipili By Election

ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+