ପିପିଲି ଉପନିର୍ବାଚନ: ଆସନ୍ତା ୩ରେ ଭୋଟ ଗଣତି
ଶେଷ ହୋଇଥି ପିପିଲି ଉପନିର୍ବାଚନ । ଇଭିଏମରେ ସିଲି ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୩ରେ ଭୋଟ ଗଣତି ।
ଭୁବନେଶ୍ୱର: ଶେଷ ହୋଇଥି ପିପିଲି ଉପନିର୍ବାଚନ । ଇଭିଏମରେ ସିଲି ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୩ରେ ଭୋଟ ଗଣତି । କାହା ମୁଣ୍ଡରେ ସୁନା କଳସ ଢଳିବେ ପିପିଲିବାସୀ ? କିଏ ହେବ ପିପିଲର ନୂଆ ବିଧାୟକ? ବିଜେଡି ଗଡ କୁହାଯାଉଥିବା ପିପିଲିରେ ଫୁଟିବ କି ପଦ୍ମ ? ନା ଉପନିର୍ବଚନ ରେକର୍ଡ ଧାରା ଜାରି ରଖି ପିପିଲିରେ ମଧ୍ୟ ଶଙ୍ଖ ଫୁଙ୍କିବ ବିଜେଡି ? ନା ଦଳୀୟ କନ୍ଦଳ ମଧ୍ୟରେ କଂଗ୍ରେସ ମାରିବ ବାଜି ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତା ୩ ତାରିଖ ଅର୍ଥାତ ରବିବାର କହିବ ।

ଗତକାଲି ସଂଧ୍ୟା ୭ଟା ସୁଦ୍ଧା ଭୋଟିଂ ଶେଷ ହୋଇଥିବାବେଳେ ପିପିଲିରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି । କେତେକ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା । ଗୋଟିଏ ବୁଥରେ ରାତି ସାଢେ ୯ଟା ଯାଏଁ ଭୋଟିଂ ହୋଇଥିଲା । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ୍ ପୁରୀ ୱେୟାର ହାଉସରେ ପହଞ୍ଚିଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ସମସ୍ତ ଇଭିଏମ୍ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ ଇଭିଏମ୍ ରଖାଯାଇଛି ।
ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ସିପିଆଏମ୍ଏଲ୍ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମୁଦ୍ଦିନ, କଳିଙ୍ଗ ସେନାର ପିଙ୍କଲିନ୍ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ପିପିଲି ବ୍ଲକ୍ର ୧୯୯ଟି ଓ ଡେଲାଙ୍ଗ ବ୍ଲକ୍ର ୧୪୯ଟି ବୁଥ୍ରେ ଭୋଟରମାନେ ସେମାନଙ୍କ ମିଦାନ ଅଧିକାର ସାବ୍ୟସ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ସେଠାରେ ଉପନିର୍ବାଚନ ହୋଇଛି, ଯାହାର ଫଳାଫଳ ଆସନ୍ତା ୩ ତାରିଖରେ ଆସିବ ।












Click it and Unblock the Notifications