Get Updates
Get notified of breaking news, exclusive insights, and must-see stories!

ନୀରବତା ଭାଙ୍ଗିଲେ ପ୍ରତିଭା, ପୁଅକୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଶେଷରେ ନିରବତା ଭାଙ୍ଗିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ପୁଅର ପ୍ରାର୍ଥୀତ୍ବ ପାଇଁ ଋଷିଥିବା ଗୁଜବକୁ କଲେ ଖଣ୍ଡନ ।

ଭୁବନେଶ୍ୱର: ଶେଷରେ ନିରବତା ଭାଙ୍ଗିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ପୁଅର ପ୍ରାର୍ଥୀତ୍ବ ପାଇଁ ଋଷିଥିବା ଗୁଜବକୁ କଲେ ଖଣ୍ଡନ । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମାଆ ପ୍ରତିଭା ମହାରଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିବାରକୁ ପ୍ରାଥମିକତା ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ପ୍ରତିଭା ।

Pratibha Maharathy

ଏହାଠାରୁ ବଡ ଖୁସି ଖବର କିଛି ନାହିଁ । ମୋ ପୁଅ ଯେତେବେଳେ ବିଧାୟକ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳରୁ ଲଢିବାକୁ ଯାଉଛି ମା ହିସାବରେ ମୁଁ ସବୁଠାରୁ ଖୁସି ବୋଲି ପ୍ରତିଭା ମହାରଥୀ । ମୋ ପୁଅ ପାଇଁ ମୋର ଆର୍ଶୀବାଦ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀ ଲୋକଙ୍କ ଆର୍ଶୀବାଦ ଯୋଗୁଁ ରୁଦ୍ର ମହାରଥୀ ବିପୁଳ ଭୋଟରେ ବିଜୟ ଲାଭ କରିବେ ।

ସୂଚନାଥାଉ କି, ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ରୁଦ୍ର ମହାରାଥୀଙ୍କ ନାଁ ଘୋଷଣା କରିଥିଲେ । ପ୍ରାର୍ଥୀ ନେଇ ନାଁ ଘୋଷଣା ହେବା ପରେ ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ ରୁଦ୍ର ମହାରଥୀ ।

ଏଠାରେ କହି ରଖୁଛୁ କି ଆସନ୍ତା ଏପ୍ରିଲ୍ 17ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ 30 ତାରିଖ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+