ପିପିଲି ଉପନିର୍ବାଚନ: ନବୀନ ନିବାସରୁ ଟିକେଟ୍ ନେଲେ ରୁଦ୍ର, ମା କହିଲେ, ପ୍ରଚାରରେ ସାମିଲ ହେବି ନାହିଁ, କିନ୍ତୁ....
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର । ପରିବାର ସହ ଯାଇ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ ।

ସୂଚନାଥଆଉ କି, ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ଆସନ୍ତା ମଙ୍ଗଳବାର ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି ।
ସେପେଟେ ପୁଅର ପ୍ରାର୍ଥୀତ୍ବ ପାଇଁ ଋଷିଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି । ପରିବାର ଏକାଠି ନଥିବା ଚର୍ଚ୍ଚା ଉପରେ ପ୍ରତିଭା କହିଛନ୍ତି, ଆମେ ଗୋଟିଏ ଘରେ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ହୋଇ ରହିଛୁ । ମହାରଥୀଙ୍କ ଭଳି ପୁଅକୁ ସାହାଯ୍ୟ କରିବି ବୋଲି କହିଛନ୍ତି ପ୍ରତିଭା ।

ସେ କହିଛନ୍ତି, ସରକାରୀ ଚାକିରି କରିଥିବାରୁ ନିର୍ବାଚନ ପ୍ରଚାର କରିବାକୁ ଯାଇପାରିବି ନାହିଁ । ଭାଇ ପାଇଁ ଭଉଣୀ ଓ ଭିଣୋଇ ପ୍ରଚାର କରିବେ ବୋଲି କହିଛନ୍ତି ପ୍ରତିଭା । ବିପୁଳ ଭୋଟରେ ମୋ ପୁଅ ବିଜୟୀ ହେବେ ବୋଲି ପ୍ରତିଭା କହିଛନ୍ତି । ପ୍ରଦୀପ ମହାରଥୀ ପ୍ରଚଣ୍ଡ ହନୁମାନ ଓ ଜଗନ୍ନାଥ ଭକ୍ତ ଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ରୁଦ୍ର ଉପରେ ରହିଛି, ସେ ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ପ୍ରତିଭା ।












Click it and Unblock the Notifications