ପିପିଲି ଉପନିର୍ବାଚନ: ଆସନ୍ତା ୩୦ ପୂର୍ବରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି ଯେ, ଆଗାମୀ 30 ତାରିଖ ପୁର୍ବରୁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବ ।
ଭୁବନେଶ୍ବର: ପିପିଲି ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି । ନିର୍ବାଚନ ତାରିଖ ଓ ଆଚରଣ ବିଦ୍ଧି ଲାଗୁ ହେବାପରେ ଚଳଚଞ୍ଚଳ ହେଲାଣି ପିପିଲି । ତେବେ ଏପର୍ଯ୍ୟନ୍ତ ରାଜ୍ୟର 3 ପ୍ରମୁଖ ଦଳର ପ୍ରାର୍ଥୀ ଚୁଡାନ୍ତ ହୋଇନାହାନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେଡି ତାର ପ୍ରାର୍ଥୀ ଚୁ଼ଡାନ୍ତ କରିସାରିଥିବା ବେଳେ ବିରୋଧି କଂଗ୍ରେସ ଓ ବିଜେପି ଏବେ ଅଙ୍କ କସିବାରେ ଲାଗିଛନ୍ତି।

ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି ଯେ, ଆଗାମୀ 30 ତାରିଖ ପୁର୍ବରୁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବ । ସେହି କହିଛନ୍ତି, ଏ ଯାଏଁ ଆମର କୌଣସି ନିଷ୍ପତ୍ତି ହୋଇ ନାହିଁ। 3 ନାଁ ଅଜିତ ମଙ୍ଗରାଜ, ପୂର୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ରଙ୍କ ଭିତରୁ ଜଣେ କେହି ପ୍ରାର୍ଥୀ ହେବେ। 30 ତାରିଖ ପୂର୍ବରୁ ଚୂଡାନ୍ତ ହେବ। କମିଟି ରିପୋର୍ଟ ଦେଇଛି। AICC ଚୂଡ଼ାନ୍ତ କରିବ। ପିପିଲି ପାଇଁ ଖୁବଶୀଘ୍ର ଦାୟିତ୍ୱ ଦେବୁ। ଆମେ କେନ୍ଦ୍ର ଓ ରାଜ୍ୟରୁ 30 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା କରିଛୁ। ସାରା ଦେଶରେ କଂଗ୍ରେସର ଭୋଟ କମିଛି। ଆମେ ଜିତିବାକୁ ନିର୍ବାଚନ ଲଢ଼ିବୁ।
ସେପଟେ ପୁରୀ ଜିଲ୍ଲା ସଭାପତି ତଥା 2019 ନିର୍ବାଚନରେ ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କହିଛନ୍ତି ଯେ, ମୁଁ ପ୍ରାର୍ଥୀ ନ ହେଲେ ବି ଦଳ ଛାଡ଼ିବି ନାହିଁ। ମତେ କଂଗ୍ରେସ ଜିଲ୍ଲା ସଭାପତି କରିଛି। ମୁଁ ପ୍ରସ୍ତୁତ ଅଛ ନିର୍ବାଚନ ଲଢ଼ିବାକୁ। ପୂର୍ଣ ସ୍ୱାଇଁ 10 ବର୍ଷ ତଳେ ପିପିଲି ବ୍ଲକ ଅଧ୍ୟକ୍ଷ ଥିଲେ। ସେ ପ୍ରାର୍ଥୀ ହେଲେ କିଛି ଅସୁବିଧା ନାହିଁ। କଂଗ୍ରେସ 100 ପ୍ରତିଶତ ପ୍ରସ୍ତୁତ।












Click it and Unblock the Notifications