ପିପିଲି ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି ।
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡରେ ସଂକ୍ରମଣ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଜିତ । ତେବେ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଏଠାରେ ସୂଚନାଥାଉକି, ଗତ 7 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ ।

ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ଅଜିତ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଥିଲା । ପରବର୍ତ୍ତି ସମୟରେ ଗତ 10 ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତାର ହୋଇଥିଲେ ।












Click it and Unblock the Notifications