ପିପିଲି ଉପନିର୍ବଚନ: ସରିଲା ପ୍ରଚାର, ଗୁରୁବାର ଭୋଟ୍‌

ଆସନ୍ତା ୩୦ତାରିଖ (ଗୁରୁବାର) ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାଇଛି ଆଜି ସରିଛି ସମସ୍ତ ରାଜନୈତିକ ଦଳର ପ୍ରଚାର ।

ଭୁବନେଶ୍ୱର: ଆସନ୍ତା ୩୦ତାରିଖ (ଗୁରୁବାର) ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାଇଛି ଆଜି ସରିଛି ସମସ୍ତ ରାଜନୈତିକ ଦଳର ପ୍ରଚାର । ଆଜି ସଂଧ୍ୟା ୫ଟା ପରେ ପ୍ରଚାର ସାରି ନେତା ଅଞ୍ଚଳ ଛାଡିଛନ୍ତି । ତେବେ ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ ହଜାର ୯୯୮ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

Pipili by election

ତେବେ ଦୀର୍ଘ ବର୍ଷ ହେବ ପିପିଲି ବିଜେଡିର ଗଡ ହୋଇ ରହିଥିଲା । ମାତ୍ର ଚଳିତ ଥର ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ତେଣୁ ନିର୍ବାଚନ ପରିଚାଳନାରେ ବେଶ ମାହିର ଥିବା ବିଜୁ ଜନତା ଦଳ, ସବୁ ନିର୍ବାଚନ ଭଳି ଏଥର ବି ବିଜୟୀ ହେବା ପାଇଁ ତୃଣମୂଳସ୍ତରରୁ ସ୍ୱତନ୍ତ୍ର ରଣନୀତି କରିଛି । ଏଥିପାଇଁ ପ୍ରାର୍ଥୀ ରୁଦ୍ର ମହାରଥୀ ଘର ଘର ବୁଲି ଭୋଟ୍ ମାଗୁଥିବାବେଳେ ପ୍ରତି ୱାର୍ଡରେ ଜଗି ରହିଛନ୍ତି ବିଜେଡି ନେତା ଓ କର୍ମୀ । ବିଶେଷକରି ଯୁବ, ଛାତ୍ର ଓ ମହିଳାଙ୍କ ଭୋଟ ଉପରେ ଫୋକସ କରିଛି ବିଜେଡି ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏହି ବୁଥ ମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ଭୋଟଗ୍ରହଣ କରାଯିବ । ସାନିଟାଇଜର, ଥର୍ମାଲ ସ୍କାନିଂ ଆଦି ବ୍ୟବସ୍ଥା ପ୍ରତ୍ୟେକ ବୁଥରେ କରାଯିବ। ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି । ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+