ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର
ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ।
ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଆଜି ନାମାଙ୍କନ ପତ୍ର ଦାଖଲ ସହ ଲଢେଇ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରୁଦ୍ର ।

ପ୍ରଥମେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ପରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅଜିତ । ପ୍ରଥମେ ପୂଜାର୍ଚ୍ଚନା କରି ସେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ଦଳୀୟ ନେତା କର୍ମୀଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ପିପିଲି ଦୀର୍ଘଦିନ ଧରି ପ୍ରଦୀପ ମହାରଥୀ ଓ ବିଜେଡିର ଗଡ ହୋଇ ରହିଆସିଛି । ତାଙ୍କ ପୁଅ ରୁଦ୍ରଙ୍କୁ ପ୍ରାର୍ଥୀ କରି ବିଜେଡି ସମବେଦନାର ଭୋଟ ସାଉଂଟିବାକୁ ରଣନୀତି କରିଛି । ତେବେ ବାପାଙ୍କୁ ଗତଥର କଡା ଟକ୍କର ଦେଇଥିଲେ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଏଥର ମଧ୍ୟ ଦଳ ତାଙ୍କୁ ରୁଦ୍ରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛି । ତେଣୁ ବାପାଙ୍କ ଭଳି ରୁଦ୍ର ପ୍ରତିପକ୍ଷଙ୍କୁ କିଭଳି ଟକ୍କର ଦେଉଛନ୍ତି ତା ଉପରେ ନଜର ରହିଛି ।












Click it and Unblock the Notifications