ପିପିଲି ଉପ-ନିର୍ବାଚନ: ୩୦ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ
ଆସନ୍ତା ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥି ହୋଇଛନ୍ତ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ।
ଭୁବନେଶ୍ବର: ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥି ହୋଇଛନ୍ତ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ।

ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଦେବ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ, ବିଭୁତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ରୁଦ୍ର ମହାରାଥୀଙ୍କ ନାଁ ଘୋଷଣା କରିଥିଲେ । ପ୍ରାର୍ଥୀ ନେଇ ନାଁ ଘୋଷଣା ହେବା ପରେ ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ ରୁଦ୍ର ମହାରଥୀ ।
ଏଠାରେ କହି ରଖୁଛୁ କି ଆସନ୍ତା ଏପ୍ରିଲ୍ 17ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ 30 ତାରିଖ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ରହିଛି ।












Click it and Unblock the Notifications