ପିପିଲି ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି, ନବୀନ ଧରିବେ ମଙ୍ଗ
ଆସନ୍ତା ୧୭ରେ ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ତେଣୁ ହାଇଭୋଲଟେଜ ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି ।
ଭୁବନେଶ୍ୱର: ଆସନ୍ତା ୧୭ରେ ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ତେଣୁ ହାଇଭୋଲଟେଜ ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ତାଲିକାରେ ସ୍ପଷ୍ଟ ବାରି ହେଉଛି ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଧରିବେ ପ୍ରଚାରର ମଙ୍ଗ ।
ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ସ୍ଥାନ ଦିଆଯାଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ରହିଛି । ସେହିପରି ବିଜେଡି ଜିଲ୍ଲା ସଭାପତି ସମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବଙ୍କ ନାଁ ରହିଛି ।

ସେହିପରି ଅତନୁ ସବ୍ୟସାଚି ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟଦାସ ବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ନବ କିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନି ଛୁରିଆ, ତୁଷାରକାନ୍ତି ବେହେରା, ଟୁକୁନି ସାହୁ, ପ୍ରିତୀ ରଞ୍ଜନ ଘଡାଇ, ପ୍ରଣବ ବଳବନ୍ତରାୟ, ସୁଧିର ସାମଲ, ବ୍ୟମୋକେଶ ରାୟ, ଉମାକାନ୍ତ ସାମନ୍ତରାୟ, ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ମୁଜିବୁଲ୍ଲା ଖାନ୍, ଦେବୀ ରଞ୍ଜନ ତ୍ରିପାଠୀ, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ।
ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବଙ୍କୁ ଆଉଟ କରାଯାଇଛି । ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଥିଲା ଦଳ ।












Click it and Unblock the Notifications