ପିପିଲି ଫାଇଟ ପାଇଁ ନିର୍ବାଚନ ମୈଦାନରେ ୧୦ ଯୋଦ୍ଧା, କାହା ମୁଣ୍ଡରେ ସୁନା କଳସ ଢାଳିବେ ପିପିଲିବାସୀ ?

ପିପିଲି ଉପନିର୍ବାଚନ ପାଇଁ 10 ଯୋଦ୍ଧା ।

ପିପିଲି: ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଯେଉଁଥିରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଫଳରେ ନିର୍ବାଚନ ମଇଦାନରେ ଏବେ ମୋଟ ୧୦ଜଣ ପ୍ରାର୍ଥୀ । ତେବେ ଚୂଡାନ୍ତ ତାଲିକାରେ ୧୦ଜଣ ପ୍ରାର୍ଥୀଙ୍କ ନାଁ ସ୍ପଷ୍ଟ ହେବା ପରେ ପୋଷ୍ଟାଲ ବାଲଟ ତିଆରି କାମ ଆରମ୍ଭ ହୋଇଛି। ପିପିଲିର ମୋଟ ୩୪୮ଟି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ଅଧିକାରୀ ପ୍ରସ୍ତୁତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ପିପିଲି ଉପନିର୍ବାଚନ

ନିର୍ବାଚନ କାମ ଲାଗି ମୋଟ ୮୩୫ ଜଣ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମେ ୨ ରେ ଫଳାଫଳ ଘୋଷଣା ହେବ । ତେଣୁ ରାଜ୍ୟରାଜନୀତିର ଏଇ ହାଇଭୋଲଟେଜ ଲଢ଼େଇରେ କାହା ମୁଣ୍ଡରେ ସୁନା କଳସ ଧାଳୁଛନ୍ତି ପିପିଲିବାସୀ, ଦେଖିବାକୁ ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+