ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ୧୯୭୮ରୁ ଛାଡିଥିଲେ ପାଠ
ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି ।
ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି । ଫୁଲବାଣୀ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଅଙ୍ଗଦ କହଁର । ୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ ।

ବିଧାୟକ ପୂର୍ବରୁ ଦଶମ ପଢ଼ୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ଏବଂ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ପରେ ବିଧାୟକ ଆଜି ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି ।












Click it and Unblock the Notifications