ବର୍ତ୍ତମାନ କମ ହୋଇପାରିବ ନାହିଁ ପେଟ୍ରୋଲ-ଡିଜେଲ୍ ଦର: ଧର୍ମେନ୍ଦ୍ର ପ୍ରଧାନ

ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।

ନୂଆଦିଲ୍ଲୀ: ଶହେ ପାର ହେଲାଣି ପେଟ୍ରୋଲ-ଡିଜେଲ୍ ଦର । ବମ୍ବେ କି ଦିଲ୍ଲୀ କଥା ନୁହେଁ ଓଡିଶାର ଚାରି ଜିଲ୍ଲାରେ ଶହେ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଆଉ ଇତି ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।

ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ୍ ଦର କେବେ ହ୍ରାସ ପାଇବ ? ଏହି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏବେ ସରକାରଙ୍କ ଆୟ ବହୁତ ହ୍ରାସ ଘଟିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ମଧ୍ୟ ରାଜସ୍ଵ କମିବାର ସମ୍ଭାବନା ରହିଛି। ଗୋଟିଏ ପଟେ ରାଜସ୍ଵ କମ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଖର୍ଚ୍ଚ ବଢୁଛି।

Dharmendra Pradhan

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ଵାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢିଛି। ସାମାଜିକ କଲ୍ୟାଣରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ବଢୁଥିବା ଖର୍ଚ୍ଚ ଓ ଆୟକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ୍ ଦର କମ କରାଯିବାର ଏହା ଉଚିତ୍ ସମୟ ନୁହେଁ। ସେ ସ୍ପଷ୍ଟ କହିଛନ୍ତି ଯେ, ଡିଜେଲ୍ ଓ ପେଟ୍ରୋଲ ଦର ବର୍ତ୍ତମାନ କମିବ ନାହିଁ।

ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଡିଜେଲ୍ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା। ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୭୦ ଅରବ ଡଲାରରେ ପହଞ୍ଚି ଯାଇଛି। ଏଥିପାଇଁ ଦେଶରେ ତୈଳ ଦର ବୃଦ୍ଧି ଘଟୁଛି। ଉଲ୍ଲେଖନୀୟ ପେଟ୍ରୋଲ-ଡିଜେଲ୍ ମୂଲ୍ୟକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ଯେ, ସରକାରଙ୍କୁ କିଛି କରିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+