Get Updates
Get notified of breaking news, exclusive insights, and must-see stories!

୨୦୨୪ରେ ବିଜେପିକୁ ହିଁ ଭୋଟ୍‌ ଦେବେ ଲୋକେ: ମନମୋହନ

Manmohan Samal

ଭୁବନେଶ୍ୱର: ଆଜି ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦଳୀୟ ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି ।

ତେବେ ସ୍ୱାଗତ ପାଇଁ ଭୁବନେଶ୍ବରର ସ୍ଥିତ ରାମମନ୍ଦିର ଛକରୁ ବିଜେପି ପାର୍ଟି ଅଫିସ ଯାଏ ବିଜେପି ବିଶାଳ ରାଲିର ଆୟୋଜନ କରିଥିଲା । ଏଥିରେ ଶହ ଶହ କର୍ମୀ ଓ ନେତୃମଣ୍ଡଳୀ ଏକତ୍ରିତ ହେଇଥିଲେ । ଏହା ପୂର୍ବରୁ ଭଦ୍ରକରୁ ଭୁବନେଶ୍ୱର ଆସିବା ବାଟରେ ପାଣିକୋଇଲି ଓ ବିଭିନ୍ନ ସ୍ଥାନରେ ଦଳୀୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ମନମୋହନ କହିଛନ୍ତି, ୨୦୨୪ରେ ଲୋକେ ବିକଳ୍ପ ଭାବେ ବିଜେପି ସରକାର ଗଢ଼ିବେ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଭୋଟ୍ ଦେବେ ଲୋକେ । ସଂଗଠନକୁ ମଜଭୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଆଶାନୁରୂପ ଫଳ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+