Get Updates
Get notified of breaking news, exclusive insights, and must-see stories!

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର: ନିରଞ୍ଜନଙ୍କ ପ୍ରଶ୍ନ, ବିଦେଶୀ ଲେଖକଙ୍କୁ ସାମିଲ ନ କରି ଆନ୍ତର୍ଜାତୀୟ କିପରି କହିବା

ଅନ୍ୟ ଦେଶକୁ ସଂପୃକ୍ତ ନ କରି କୌଣସି ପୁରସ୍କାରକୁ ଆନ୍ତର୍ଜାତିକ ପୁରସ୍କାର କହିବା ଉଚିତ ନୁହେଁ। ତେଣୁ ଏହାକୁ ବାସ୍ତବ ଅର୍ଥରେ ଆନ୍ତର୍ଜାତିକ କରିବା ଲାଗି ଯଥେଷ୍ଟ ବ୍ୟୟ ବରାଦ କରାଯାଉ କିମ୍ବା ମନୋଜ ଦାସ ଭାରତୀୟ ସମ୍ମାନ ଭାବରେ ଏହାକୁ ନାମିତ କରାଯାଉ ବୋଲି ନିରଞ୍ଜନ

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ମନୋଜ ଦାସଙ୍କ ସ୍ମୃତିରକ୍ଷା ନିମନ୍ତେ ଓଡ଼ିଶା ସରକାର କେତେକ ପଦକ୍ଷେପ ନେଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତାହାକୁ ସ୍ଵାଗତ କରିବା ସହିତ କେତୋଟି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ମନୋଜ ଦାସଙ୍କ ନାମରେ ନାମିତ ହେବାକୁ ଯାଉଥିବା ପୁରସ୍କାର କେବଳ ଇଂରାଜୀରେ ଲେଖୁଥିବା ଓଡ଼ିଆ ଲେଖକଙ୍କ ଲାଗି ଉଦ୍ଦିଷ୍ଟ ନ ହୋଇ ଏହା ପ୍ରତ୍ୟେକ ଭାରତୀୟ ଭାଷାରେ ଲିଖିତ ଉଚ୍ଚକୋଟୀର ଲେଖାକୁ ସମ୍ମାନିତ କରୁ ଯେଉଁଥିରେ ଇଂରାଜୀ ମଧ୍ୟ ଅନ୍ତର୍ଭୁକ୍ତ ।

Niranjan Patnaik

ପୁଣି ଅନ୍ୟ ଦେଶକୁ ସଂପୃକ୍ତ ନ କରି କୌଣସି ପୁରସ୍କାରକୁ ଆନ୍ତର୍ଜାତିକ ପୁରସ୍କାର କହିବା ଉଚିତ ନୁହେଁ। ତେଣୁ ଏହାକୁ ବାସ୍ତବ ଅର୍ଥରେ ଆନ୍ତର୍ଜାତିକ କରିବା ଲାଗି ଯଥେଷ୍ଟ ବ୍ୟୟ ବରାଦ କରାଯାଉ କିମ୍ବା ମନୋଜ ଦାସ ଭାରତୀୟ ସମ୍ମାନ ଭାବରେ ଏହାକୁ ନାମିତ କରାଯାଉ ବୋଲି ନିରଞ୍ଜନ କହିଛନ୍ତି ।

 manoj das

ସେହିପରି ଭୁବନେଶ୍ବରର ମୁଖ୍ୟ ଛକରେ ମନୋଜ ଦାସଙ୍କ ବିଶାଳ ପ୍ରତିମୂର୍ତ୍ତି ଓ ପାର୍କ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦ୍ୟମ ନେବା ସହ ମନୋଜ ଦାସଙ୍କ ନାମରେ ଓଡ଼ିଶାର ଏକ ବିଶ୍ବବିଦ୍ୟାଳୟକୁ ନାମିତ କରାଯାଉ । ଅନୁରୂପ ଭାବେ ପଣ୍ଡିଚେରୀ, ଦିଲ୍ଲୀ ଏବଂ ଓଡ଼ିଶାର ଗୋଟିଏ ଗୋଟିଏ ବିଶ୍ବବିଦ୍ୟାଳୟରେ ମନୋଜ ଦାସ ଚେୟାର ପ୍ରତିଷ୍ଠା ସହ ମନୋଜ ଦାସଙ୍କ ଓଡ଼ିଆ-ଇଂରାଜୀ ଭାଷାର ସମଗ୍ର କୃତିକୁ ପ୍ରକାଶ କରିବାଲାଗି ଓଡ଼ିଶା ସାହିତ୍ୟ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲ ନିରଞ୍ଜନ ଦାବି କରିଛନ୍ତି । ଏତଦ୍ ଭିନ୍ନ ମନୋଜ ଦାସଙ୍କ ନାମରେ ଏକ ଆନ୍ତର୍ଜାତିକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ହେଉ ଯାହା ଆନ୍ତର୍ଜାତିକ ସ୍ତରର ସାହିତ୍ୟିକଙ୍କୁ ଆମନ୍ତ୍ରଣ କରିବ। ଶଂଖାରି ଗ୍ରାମରେ ମନୋଜଙ୍କ ସ୍ମୃତିରକ୍ଷା ଉଦ୍ୟମକୁ ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+