ଭୁବନେଶ୍ୱରରେ ପହଞ୍ଚିଲେ ପିସିସି ନୂଆ ପ୍ରଭାରୀ ଅଜୟ କୁମାର; କହିଲେ ଏଠାରେ ବିଜେପି-ବିଜେଡି ସମାନ

ଭୁବନେଶ୍ୱରରେ ପହଞ୍ଚିଲେ ଅଜୟ କୁମାର । ପିସିସି ନୂଆ ପ୍ରଭାରୀ ଅଜୟ କୁମାର ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ କଂଗ୍ରେସ ଭବନ ଅଭିମୁଖେ ରାଲି କରିଛନ୍ତି ଅଜୟ କୁମାର । ରାଲିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଜୟ କୁମାର । ବାହାର ଲୋକ ଓଡ଼ିଶା ଚଳାଉଛନ୍ତି ବୋଲି କହିଲେ ଅଜୟ କୁମାର ।

ବାହାର ଲୋକଙ୍କୁ ହଟାଅ, ଓଡ଼ିଶା ବଞ୍ଚାଅ ନାରା ଦେଲେ ପିସିସି ନୂଆ ପ୍ରଭାରୀ । 'ଓଡ଼ିଆଙ୍କ ପାଇଁ ଓଡ଼ିଶା, ବାହାର ଲୋକଙ୍କୁ ହଟାଅ' ବୋଲି ସେ କହିଛନ୍ତି । ପ୍ରତ୍ୟେକ ଓଡ଼ିଶାବାସୀ ଏହା ହିଁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ବିଜେପି-ବିଜେଡି ଏଠାରେ ଏକ ବୋଲି ସେ କହିଛନ୍ତି । ଓଡ଼ିଶାରେ ଇଡି, CBI ରେଡ୍‌ କାହିଁକି ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକ କଂଗ୍ରେସକୁ ପସନ୍ଦ କରୁଛନ୍ତି, ଆମକୁ ଆମ ଶକ୍ତି ଜାଣିବାକୁ ହେବ ବୋଲି ସେ କହିଛନ୍ତି ।

ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିିବା ପରେ ପୁଷ୍ପଗୁଚ୍ଛ ସହିତ ବାଜା ବଜାଇ ଦଳର ନେତା ଓ କର୍ମୀ ସ୍ୱାଗତ କରିଛନ୍ତି । ପରେ ବାଇକ ରାଲି ଯୋଗେ ପାଛୋଟି ନିଆଯାଇଛି । ଏହି ଗସ୍ତ ସମୟରେ ରାଜ୍ୟ ନେତାଙ୍କ ସହ ପ୍ରଭାରୀ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ajoy kumar

ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଅଜୟ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । କଂଗ୍ରେସର ଓଡ଼ିଶା ଶାଖା କେମିତି ଅଧିକ ସଶକ୍ତ ହୋଇ ୨୦୨୪ ନିର୍ବାଚନକୁ ସାମ୍ନା କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇପାରେ ।

ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଅଜୟ କୁମାର ଓଡ଼ିଶା ଆସୁଛନ୍ତି । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ନେତାଙ୍କ ଗହଳି ଲାଗି ରହିଥିଲା। ତେବେ ଏହା କଂଗ୍ରେସ ପାଇଁ କେତେ ଲାଭଦାୟକ ହେବ ଆଗକୁ ଜଣାପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+